ଜୟପୁର: ଚେୟାରରେ ବୁହା ହୋଇ ୫ କିମି ଯିବା ପରେ ହସ୍ପିଟାଲ୍‌ରେ ପହଞ୍ଚିଲେ ଜଣ୍ଡିସ ରୋଗୀ

ଜୟପୁର: ରାସ୍ତା ଅବ୍ୟବସ୍ଥା ହେତୁ ପୁଣି ଦେଖିବାକୁ ମିଳିଛି ଏକ ଦୟନୀୟ ଘଟଣା। ଜୟପୁର ବ୍ଲକର ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ରାମଗଡ଼ ଗାଁର ଜଣେ ରୋଗୀ ରାସ୍ତା ନ ଥିବା ହେତୁ ଯେଉଁ ଭଳି ଭାବେ ଡାକ୍ତରଖାନାରେ ପହଞ୍ଚିଛନ୍ତି ତାହା ରାଜ୍ୟ ପାଇଁ ଏକ ଲଜ୍ଜାର ବିଷୟ।

ରାମଗଡ଼ ଗାଁର ବାସିନ୍ଦା ୭୨ ବର୍ଷିଅ ଦର୍ସୁ ମୁଦୁଲି ନାମକ ଜଣେ ବ୍ୟକ୍ତି ୧୦ ଦିନ ହେବ ଅସୁସ୍ଥ ଥିଲେ। ସେ ଜ୍ୱର ସହ କାମଳ(ଜଣ୍ଡିସ୍‌) ଆକ୍ରାନ୍ତ ହୋଇଥିବାରୁ ବିଛଣାରୁ ଉଠିବା ପରିସ୍ଥିତିରେ ନଥିଲେ। ଆଜି ସକାଳୁ ତାଙ୍କ ଅବସ୍ଥା ହଠାତ ଗୁରୁତର ହୋଇପଡ଼ିବାରୁ ସଂପକୀୟମାନେ ତାଙ୍କୁ ଏକ ଚେୟାରରେ ବସାଇ ଭାରା କରି ପାହାଡ଼ିଆ ରାସ୍ତାରେ ୫ କିଲୋ ମିଟର ରାସ୍ତା ବୋହି ନେଇଥିଲେ। ତାଙ୍କୁ ଭାରାରେ ୫ କିଲୋମିଟର ବୋହିବା ପରେ ବୈରାଗୀ ମଠରେ ପହଞ୍ଚିଥିଲେ। ସେହି ମଠରୁ ଏକ ବାଇକ୍‌ ସାହାଯ୍ୟରେ ତାଙ୍କୁ ସହର ଉପକଣ୍ଠସ୍ଥ ଏକ  ଚିକିତ୍ସାଳୟରେ ପହଞ୍ଚା ଯାଇଥିଲା।  ସେଠାରେ ତାଙ୍କୁ ଏବେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର