ଅପରହଣ ଅଭିଯୋଗ, ଥାନାରେ ଏତଲା

ଜୟପୁର: କୋରପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଗ୍ରାମର ଜଣେ ଯୁବକଙ୍କୁ ଅପହରଣ ହୋଇଥିବା ନେଇ ଜୟପୁର ଟାଉନଥାନାରେ ଅଭିଯୋଗ ହୋଇଛି। ପୁଲିସ କହିବାନୁଯାୟୀ, ଚଳିତ ମାସ ୫ ତାରିଖରେ ଘଡୁ ଖେମୁଣ୍ଡୁ ନିଜର ସାଙ୍ଗମାନଙ୍କ ସହ କୋରପୁଟ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କାର୍ଯ୍ୟ ଶେଷ କରି କିଛି ସାମଗ୍ରୀ କିଣିବା ପାଇଁ ଜୟପୁରକୁ ଆସିଥିଲେ। ସ୍ଥାନୀୟ ଜେଲ ରୋଡ ନିକଟରେ ଗୋଟିଏ ବଲେରୋରେ ଜଲାପୁଟ ଅଞ୍ଚଳର ଦେବେନ୍ଦ୍ର ଓ ତାଙ୍କର କିଛି ସହଯୋଗୀ ମିଶି ଘଡୁକୁ ଅଟକାଇଥିଲେ। ଘଡୁକୁ ବଲେରୋରେ ବସାଇ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ। ସେଠାରେ ଘଡୁକୁ ମାଡ ମାରିବା ସହ ତାଙ୍କ ନିକଟରେ ଥିବା ତିନି ହଜାର ଟଙ୍କା ନେଇଯାଇଥିଲେ। ତେବେ ଗତ ୭ ତାରିଖରେ ଘଡୁ ଶୌଚ ହେବା ପାଇଁ କହି ବାହାରକୁ ବାହାରି ସେଠାରୁ ଖସି ପଳାଇ ଆସିଥିଲେ। ଏହାପରେ ଘଡୁ ଘଟଣା ସଂପର୍କରେ ନିଜ ପରିବାରବର୍ଗଙ୍କୁ କହିବା ପରେ ଆଜି ଆସି ଟାଉନଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାରେ ୨୫୪/୧୮ରେ ମାମଲା ରୁଜୁ ହୋଇଛି। ତଦନ୍ତ ଅଧିକାରୀ ଏସ୍‌ଆଇ ଏମ୍‌ ମଜୁମଦାର କହିବାନୁଯାୟୀ, ଜଲାପୁଟ ଅଞ୍ଚଳରେ ହୋଟେଲ ଖୋଲିବା ପାଇଁ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ କେନ୍ଦ୍ରକରି ଅପହରଣ ହୋଇଥିବା ନେଇ ସନ୍ଦେହ କରାଯାଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର