କୋଟପାଡ ସବ୍-ଜେଲରୁ କଏଦୀ ଫେରାର୍

କୋରାପୁଟ: କୋଟପାଡ ସବ୍-ଜେଲରୁ ଜଣେ କଏଦୀ ଫେରାର୍ ହୋଇ ଯାଇଛନ୍ତି। ଫେରାର୍ କଏଦୀ ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଗ୍ରାମର ମୋତିସିଂହ ଚାଲାଣ। ମୋତି ସିଂହ୍ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ୧୦ବର୍ଷ ପାଇଁ ଜେଲ ଦଣ୍ଡ ଭୋଗୁଥିଲେ। ୨୦୧୨ରୁ ସେ ଜେଲରେ ଥିଲେ। ଆଜି ସକାଳେ ସେ ଅନ୍ୟ ୫ଜଣ ଅନ୍ତେବାସୀଙ୍କ ସହ ଜେଲ୍ ପାଚେରି ବାହାରେ ଥିବା ଫୁଲ ବଗିଚାରେ ପାଣି ଦେଉଥିଲେ। ତେବେ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ସେଠାରୁ ଚମ୍ପଟ ମାରିଥିଲେ। ଏଥିନେଇ ଜେଲ କର୍ତ୍ତୃପକ୍ଷ କୋଟପାଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୩୦/୨୦୧୯ରେ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଘଟଣା ତଦନ୍ତ ନିମନ୍ତେ କୋରାପୁଟ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ବ୍ରହ୍ମାନନ୍ଦ ସାହୁ ଓ ସହକାରୀ ଜେଲର୍ ରଘୁରାମ ମାଝି କୋଟପାଡ ଗସ୍ତ କରି ସ୍ଥିତି ପରଖିଛନ୍ତି।

ସମ୍ବନ୍ଧିତ ଖବର