କେଆର୍‌ ଲାଇନ୍‌ରେ ବିପଦପୂର୍ଣ୍ଣ ଟ୍ରେନଯାତ୍ରା, ମାଟି ଅତଡା ଧସିଲେ ବାଲିବସ୍ତା ସାହାରା

ଲକ୍ଷ୍ମୀପୁର: କୋରାପୁଟ ରାୟଗଡା ଟ୍ରେନ ଲାଇନ୍‌ରେ ବର୍ଷା ଦିନ ଆସିବା ମାତ୍ରେ କଉଠି ନା କଉଠି ପାହାଡରୁ ମାଟି ଅତଡା ଖସିବା କୌଣସି ନୂଆ ଘଟଣା ନୁହେଁ। ଏତେ ବଡ ବଡ ପାହାଡ ର ମାଟି ଅତଡା ଖସୁଥିବା ବେଳେ ରେଳ ବିଭାଗ ବାଲି ବସ୍ତା ମାଧ୍ୟମରେ ଅତଡାକୁ ଅଟକାଇ ରଖିବାକୁ ଯେଉଁ ପ୍ରୟାସ ଜାରି ରଖିଛି ତାହା କେବେବି ସମ୍ଭବ ପର ନୁହଁ ବୋଲି ଜଣାପଡୁଥିଲେ ମଧ୍ୟ ଜରୁରୀକାଳିନ ପାଇଁ ଏପରି ବାଲିବସ୍ତା ଦିଆଯାଉଥିବା ରେଳବିଭାଗର ଗ୍ୟାଙ୍ଗ ମ୍ୟାନ ମାନେ ପ୍ରକାଶ କରିଛନ୍ତିା
ରେଳ ବିଭାଗ ଉକ୍ତ ସ୍ଥାନରେ ସିମେଣ୍ଟ ଗାର୍ଡଓ୍ଵାଲ୍‌ ଯେତେଦିନ ପର୍ଯ୍ୟନ୍ତ କରିନାହିଁ, ସେତେଦିନ ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ମାଟି ଅତଡା ଖସିବ। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ହେବ କେଆର୍‌ ଲାଇନ୍‌ରେ ଯାତ୍ରୀ ବାହି ଟ୍ରେନ ଚଳାଚଳ କରୁଥିବା ବେଳେ ବର୍ତମାନ ଦ୍ୱିତୀୟ ଲାଇନ୍‌ ସକାଶେ କାର୍ଯ୍ୟ ଆରମ୍ଭ କରାଯାଇଛି କିନ୍ତୁ ଯେପରି ଭାବେ ରେଳ ବିଭାଗ ପୁର୍ବ ଲାଇନ୍‌କୁ ଅଧିକ ଗୁରୁତ୍ୱ ଦେଉନାହିଁ ।

ବାରମ୍ବାର ମାଟି ଅତଡା ଖସି ଟ୍ରେନ ଲାଇନ୍‌ ଉପରେ ପଡି ରହିବା, ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବା କାରଣରୁ ଟ୍ରେନ ଲାଇନ୍‌ ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିବା କାରଣରୁ ଅନେକ ସମୟରେ ଟ୍ରେନ ଗୁଡିକରେ ଅଧବାଟରେ ଅଟକି ଯାଇଥାଏ। ଅନେକ ଟ୍ରେନକୁ ବାତିଲ୍‌ ମଧ୍ୟ କରାଯାଇଥାଏ। ତଥାପି ରେଳ ବିଭାଗ ଏଥିପ୍ରତି ଗୁରୁତ୍ୱ ନଦେବାରୁ ଯାତ୍ରୀ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଥାନ୍ତିା ଏପରି ପରିସ୍ଥିତି ଉପୁଜିଥିଲା ଯେ ଚଳିତ ସପ୍ତାହର ବୁଧବାର ଓ ଗୁରୁବାର ତୋୟାପୁଟ ନିକଟ ରେଳଧାରଣା ଉପରେ ମାଟି ଅତଡା ପଡି ରହିଥିବା କାରଣରୁ କେଆର୍‌ ଲାଇନରେ ଚାଲୁଥିବା ସମସ୍ତ ଟ୍ରେନ୍‌ ଅଟକି ରହିଥିଲା ଓ ଟ୍ରେନ ଲାଇନ୍‌ରୁ ମାଟି କଢାଯିବା ପରେ ଚାରିଘଣ୍ଟା ବିଳମ୍ବରେ ସମସ୍ତ ଟ୍ରେନ ଛାଡିଥିଲାା

ବୁଧବାର ରାତି ୧୦ ଟାରୁ ସମସ୍ତ ଟ୍ରେନ ଚଳାଚଳ କରୁଥିବା ବେଳେ ପୁଣି ଗୁରୁବାର ସକାଳୁ ସେହି ସ୍ଥାନରେ ହିଁ ପୁଣି ଟ୍ରେନ୍‌ ଲାଇନ୍‌ ଉପରେ ବିରାଟ ବିରାଟ ପଥର ସହ ମାଟି ଅତଡା ଖସିପଡିଥିଲା। ଏପରିକି ରେଳ ଧାରଣା ଉପରେ ଆଣ୍ଠୁଏ ପାଣି ଜମିରହିବା କାରଣରୁ ବୁଧବାର ପ୍ରାୟ ସମସ୍ତ ଟ୍ରେନ୍‌ ବାତିଲ୍‌ ହୋଇଯାଇଥିଲାା ପରେ ଯୁଦ୍ଧକାଳିନ ଭିତିରେ ଦୁଇଟି ଜେସିବି ଓ ଗୋଟିଏ ଚ୍ୟାନ ମେସିନ୍‌ ସହାୟତାରେ ୧୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ସମସ୍ତ ମାଟି ଓ ପଥର କଢାଯିବା ପରେ ଟ୍ରେନ ଚଳାଚଳ ସ୍ୱଭାବିକ ହୋଇଥିଲାା

ଏନେଇ ଆମ ଲକ୍ଷ୍ମୀପୁର ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ସ୍ତିତି ପରଖି ଥିଲେ ଓ ଦେଖିଥିଲେ କି ପ୍ରବଳ ବର୍ଷା ରେ ରେଳ ଲାଇନ୍‌ ନିକଟରେ ରହିଥିବା ପାହାଡ ଉପରୁ ବାରମ୍ବାର ମାଟି ଅତଡା ସହ ପଥର ଖସୁଥିବା ବିପଦ ରହିଥିଲେ ମଧ୍ୟ ରେଳ ଲାଇନ୍‌ରେ ପ୍ରାୟ ୨୦ ରୁ ୩୦ ଶ୍ରମିକ ଓ ରେଳ କର୍ମଚାରୀ ନିୟୋଜିତ ହୋଇ ଟ୍ରେନ ଲାଇନ୍‌କୁ ସଫାକରିବାରେ ଲାଗିପଡିଥିଲେ। ଦିର୍ଘ ଦିନ ହେଲା ରେଳ ଲାଇନ୍‌ କଡରେ ଥିବା ଡ୍ରେନ ଗୁଡିକରେ ମାଟି ଗୁଡିକ ବର୍ଷାଦିନ ପୁର୍ବରୁ ସଫ ହୋଇନଥିବା କାରଣରୁ ପାଣି ନିଷ୍କାଷନ ହୋଇନପାରି ରେଳ ଧାରଣା ଉପରେ ପାଣି ଜମି ରହିଥିଲା।

ସମ୍ବନ୍ଧିତ ଖବର