ମାଛକୁଣ୍ତ ବେକାର ଯୁବକ ସ˚ଘର ଆନ୍ଦୋଳନ ଜାରି, ୪ ଅସୁସ୍ଥ

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳର ବେକାର ଯୁବକ ସ˚ଘର ଧାରଣା ନବମ ଦିନରେ ପହଞ୍ଚିଥିବା ବେଳେ ୪ ଜଣ ଆନ୍ଦୋଳନକାରୀ ଅସୁସ୍ଥ ହୋଇଯାଇଛନ୍ତି। ମାଛକୁଣ୍ତ ଜଳ ବିଦ୍ୟୁତ ପ୍ରକଳ୍ପର ବେକାର ଯୁବକ ସ˚ଘ ଗତ ୮ ତାରିଖ ଠାରୁ ମାଛକୁଣ୍ତ ବିଦ୍ୟୁତ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୫ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ଦୀର୍ଘ ୯ ଦିନ ବିତିଯାଇଥିଲେ ମଧ୍ୟ ଓଡ଼ିଶା କିମ୍ବା ଆନ୍ଧ୍ର ବିଦ୍ୟୁତ ପ୍ରକଳ୍ପର କୌଣସି ଉଚ୍ଚ ପଦାଧିକାରୀ ଆଲୋଚନାକୁ ଆସୁ ନାହାନ୍ତି। ଦିନ ରାତି ଅନ୍ଦୋଳନକାରୀମାନେ ଧାରଣାରେ ବସିଥିବା ଯୋଗୁଁ ଆନ୍ଦୋଳନକାରୀଙ୍କ ଦେଖ ଖରାପ ହୋଇଥିବା ଜଣାଯାଇଛି। ଡମ୍ବରୁ ପାଙ୍ଗି, ଶୁକ୍ରା କିର୍ଷାନୀ, ଶିବ ପାଙ୍ଗି ଓ ଲକ୍ଷ୍ମୀ ନାରାୟଣ ଖିଲଙ୍କ ଦେଖା ଖରାପ ହେବାରୁ ଚିକିତ୍ସିତ ହେଉଥିବା ଜଣାଯାଇଛି। ଧାରଣା ସ୍ଥଳରେ ଆନ୍ଦୋଳନକାରୀମାନେ ଅସୁସ୍ଥ ହୋଇଥିଲେ ମଧ୍ୟ କୌଣସି ଅଧିକାରୀ ଆସୁ ନଥିବା ଯୋଗୁଁ ଆନ୍ଦୋଳନ ତୀବ୍ରତର ହେଉଛି। ଆଗମୀ ଦୁଇ ଦିନ ମଧ୍ୟରେ ବିଭାଗୀୟ ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ନ କରନ୍ତି। ଆସନ୍ତା ସୋମବାର ଦିନ ବିଦ୍ୟୁତ ପ୍ରକଳ୍ପ ଓ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର