କୋରାପୁଟ: ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା, ହୃଦଘାତରେ ମହୁରିଆ ଭାସ୍କରଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: ରହସ୍ୟ ଘେରରେ ରହିଥିବା ମହୁରିଆଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛିା କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଆଇଆଇସି ଦେବ କୁମାର ଗମାଙ୍ଗ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ୪ ଦିନ ତଳେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ବୁଧବାର ଶବବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ମହୁରିଆ ଭାସ୍କର ଖୋସ୍ଲାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତିା

ସାନକେଲାର ଗାଁର ଭାସ୍କର ଖୋସ୍ଲା ନାମକ ଜଣେ ମହୁରିଆର ମୃତ୍ୟୁ ରହସ୍ୟ ଘେରରେ ରହିଥିବା ବେଳେ ପରିବାର ଲୋକେ ଭାସ୍କରଙ୍କୁ ହତ୍ୟା କରାଯାଇଥିବା ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଥିଲୋ ଭାସ୍କର ଗତ ଶୁକ୍ରବାର ସାନ କେଲାର ଗାଁରୁ ବାହାରି କୁଟୁଣିପଦର ଗାଁକୁ ଯାଇଥିବା ପରିବାର ଲୋକେ ପ୍ରକାଶ କରିଥିବା ବେଳେ ଶନିବାର ରାତି ଗାଁର ଗୁରୁନାଥଙ୍କ ଘର ନିକଟରେ ଥିବା କିଛି ଗ୍ରାମବାସୀ ପ୍ରକାଶ କରିଛନ୍ତିା ଭାସ୍କର ପେଶାରେ ମହୁରିଆ ଅର୍ଥାତ୍‌ ଅଞ୍ଚଳରେ ଯାନି ଯାତ୍ରା ସହ ବିଭିନ୍ନ ପ୍ରକାର ଯାତ୍ରାରେ ସେ ମହୁରି ଫୁଙ୍କି ପୋଟ ପୋଷିଥାଏ।

ସେ ମହୁରିଆ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଗାଁ ର କିଛି ଲୋକଙ୍କୁ ଧାରଉଧାର ମଧ୍ୟ ଦେଇଥାଏା ଟଙ୍କା ମାଗିବାକୁ ଯାଉଛି କହି ବାହାରିଥିଲେ ଭାସ୍କର କିନ୍ତୁ ରବିବାର ପର୍ଯ୍ୟନ୍ତ ସେ ଫେରିନଥିଲୋ ଅପରପକ୍ଷେ ରବିବାର ଭାସ୍କରଙ୍କ ମୃତଦେହ ଗୁରୁନାଥଙ୍କ ଘର ନିକଟରୁ ଉଧାର ହୋଇଥିଲାା ଏହାକୁ ହତ୍ୟା ମାମଲା ବୋଲି ପରିବାର ତରଫରୁ ଅଭିଯୋଗ ହେବା ପରେ ପୁଲିସ ରବିବାର ଦୁଇଜଣଙ୍କୁ ଆଣି ପଚରା ଉଚୁରା କରିଥିବା ବେଳେ ମଙ୍ଗଳବାର ଆଉ ୪ ଜଣଙ୍କୁ ଆଣି ଜେରା କରିଥିଲାା

ସମ୍ବନ୍ଧିତ ଖବର