କୋରାପୁଟ: ମାଓ କ୍ୟାମ୍ପ ଠାବ, ପୁଲିସ-ମାଓ ମଧ୍ୟରେ ଗୁଳି ବିନିମୟ

କୋରାପୁଟ: ସର୍ଚ୍ଚ ଅପରେସନ ବେଳେ ରବିବାର ମାଓ କ୍ୟାମ୍ପ ଠାବ ହୋଇଛି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ଜଙ୍ଗଲରେ ଆଜି ପୁଲିସ ପକ୍ଷରୁ ସର୍ଚ୍ଚ ଅଭିଯାନ ଚାଲିଥିବା ବେଳେ ଏହି ମାଓ କ୍ୟାମ୍ପ ଠାବ ହୋଇଛି। କୋରାପୁଟ ଏସ୍‌ପି କେ.ବି ସିଂ ସୂଚନା ଦେଇଛନ୍ତି, ପୁଲିସ ଓ ମାଓ ମଧ୍ୟରେ ଗୁଳି ବିନିମୟ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଗୁଳି ବିନିମୟ ଜାରି ରହିଛି।

 

ସମ୍ବନ୍ଧିତ ଖବର