୫ ବର୍ଷର ନାବାଳିକାକୁ ଦାଦାର ଦୁଷ୍କର୍ମ, ଗୁରୁତର ଅବସ୍ଥାରେ ଝିଆରୀ ମେଡିକାଲରେ ଭର୍ତ୍ତି 

ଅଭିଯୁକ୍ତକୁ ଧରିବାକୁ ପୁଲିସର ତିନିଟି ଟିମ୍‌ ଗଠନ

ଜୟପୁର: ମାଛ ଧରିବାକୁ ଡାକି ନେଇ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଏପରି ଅମାନୁଷିକ କାର୍ଯ୍ୟ କରିଛି ପଡ଼ୋଶୀ ଘର ସମ୍ପର୍କୀୟ ଦାଦା। ଗୁରୁତର ଅବସ୍ଥାରେ ପ୍ରଥମେ ବୋରିଗୁମ୍ମା ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଜୟପୁର ଜିଲ୍ଲା ମେଡିକାଲକୁ ଉକ୍ତ ନାବାଳିକାକୁ ସ୍ତାନାନ୍ତର କରାଯାଇଛି। ଏପରି ଘଟଣା ଘଟିଛି କୋରାପୁଟ ଜଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତର ଏକ ଦୁଗର୍ମ ଗାଁରେ। ଗତକାଲି ଦିନ ପ୍ରାୟ ଦଶଟା ୩୦ରେ ନାବାଳିକାକୁ ଘର ନିକଟରେ ଥିବା ସମ୍ପକୀୟ ଦାଦା ଡମ ମୁଦୁଲି (୨୫) ଘରୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଆଜି ବୋରିଗୁମ୍ମା ଥାନାରେ ମାମଲା ରୁଜୁ ହୋଇଛି।

ତେବେ ଗତକାଲି ୧୦ଟା ୩୦‌ରେ ଏହି ଡମ  ନାବାଳିକା ମିତା(ଛଦ୍ମନାମ)କୁ ମାଛ ଧରିବାକୁ ଯିବାକୁ କହି ନିକଟରେ ଥିବା ନଦୀକୁ ଡାକି ନେଇଥିଲା। ସେଠାରେ ତାହା ସହ ଦୁଷ୍କର୍ମ କରିବା ପରେ ଘରେ ଆଣି  ଛାଡିଥିଲା। ପରେ ଘରେ ଉକ୍ତ ନାବାଳିକା ଜଣକ ଘରେ ଅଚେତ ହୋଇପଡିବାରୁ ପରିବାରବର୍ଗ ବୋରିଗୁମ୍ମାକୁ ଆଣିଥିଲେ। ସେଠାରେ ଡାକ୍ତର ନାବାଳିକା ସହ ଦୁଷ୍କର୍ମ ହୋଇଥିବା ଜାରି ପୁଲିସକୁ ଖବର ଦେଇଥିଲେ । ପୀଡ଼ିତାଙ୍କ  ବୟାନ ରେକର୍ଡ କରିବା ସହ ଜୟପୁରକୁ ସ୍ଥାନାନ୍ତର କରିଥିଲା। ଏବେ ଜୟପୁରରେ ଉକ୍ତ ନାବାଳିକା ଜଣକ ରହିଥିବା ଡାକ୍ତରମାନେ ଚିକିତ୍ସା କରୁଛନ୍ତି।

‌ଏ ନେଇ ବୋରିଗୁମ୍ମା ଆଇଆଇସି  ସଞ୍ଜୟ ମଣ୍ଡଳ କହିଛନ୍ତି ଯେ ଗତକାଲିର ଘଟଣା ହୋଇଥିବାବେଳେ ଖବର ପାଇ ଆଜି ମାମଲା ରୁଜୁ କରିବା ସହ ଅପରାଧୀକୁ ଧରିବାକୁ ତିନିଟି ଟିମ ଗଠନ କରିଛୁ। ଏହି ଟିମ୍ ଉକ୍ତ ଡମ ମୁଦୁଲିକୁ ଧରିବାକୁ ଉଦ୍ୟମ କରୁଥିବାବେଳେ ଥାନାରେ ୧୬୧/୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ବୋରିଗୁମ୍ମାରେ ଉକ୍ତ ବିଭାଗର ଡାକ୍ତର ନ ଥଇବାରୁ ଜୟପୁରକୁ ଚିକିତ୍ସା ପାଇଁ ପଠାଯାଇଛି। ସୁସ୍ଥ ହେବା ପରେ ପୁଲିସ ତାର ତଦନ୍ତ ପକ୍ରିୟା ତ୍ବାରାନ୍ବିତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର