ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବିବାହିତ ପୁରୁଷ ଗିରଫ

ଲକ୍ଷ୍ମୀପୁର: ଜଣେ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ବିବାହିତ ପୁରୁଷକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛିା ପୁଲିସ ସୂଚନା ମୂତାବକ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ରାଉଳିପଦର ଗ୍ରାମର ଜଣେ ନାବାଳିକାଙ୍କୁ ତାଙ୍କ ମାମୁଁ ପୁଅ ଅଭିମନ୍ୟୁ ସାହୁ ନାମକ ଜଣେ ବିବାହିତ ପୁରୁଷ ବାରମ୍ବାର ଦୁଷ୍କର୍ମ କରିଛି।

ଅଭିଯୁକ୍ତ ନାବାଳିକାକୁ ଅପହରଣ କରି ନେଇ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିଲା। ପରେ କିଛି ଦିନ ତଳେ ନାବାଳିକାକୁ ଅଭିମନ୍ୟୁ ଆଣି ଧରଡା ଗାଁ ନିକଟରେ ଛାଡି ଦେଇ ଚାଲିଯାଇଥିଲା। ଏପରିକି ସମସ୍ତ ଘଟଣା ଅଭିମନ୍ୟୁଙ୍କ ପରିବାର ଲୋକେ ଜାଣିବା ପରେ ତାଙ୍କ ଭାଇ ତପନ ସାହୁ ଓ ଟଙ୍କ ଧର ସାହୁ ନାବାଳିକାର ପରିବାରକୁ ଥାନାରେ ଦ୍ୱାରସ୍ଥ ହେଲେ ଜିବନରେ ମାରିଦେବାକୁ ଧମକ ଚମକ ଦେଇଥିଲେ।

ଧମକ ସତ୍ତ୍ୱେ ବି ନାବାଳିକାଙ୍କ ପରିବାର ଏଥିରେ ଭୟଭୀତ ନହୋଇ ଲକ୍ଷ୍ମୀପୁର ଥାନାରେ ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତ ଅଭିମନ୍ୟୁକୁ ଗିରଫ କରି କୋର୍ଟ ଚାଲାଣ କରିଛିା ଅଭିଯୁକ୍ତର ଘର ଟିକିରି ନିକଟସ୍ଥ ଜାମୁଗୁଡା ଗାଁର ବୋଲି ଜଣାପଡିଛିା ଧମକ ଦେଇଥିବା ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି ବୋଲି ପୁଲିସ ପ୍ରକାଶ କରିଛିା

ସମ୍ବନ୍ଧିତ ଖବର