କଂଗ୍ରେସ ଛାଡ଼ିବେ କୃଷ୍ଣ!

କୋରାପୁଟ : କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଦଳ ଛାଡ଼ିବେ। ଆସନ୍ତାକାଲି ସେ ଭୁବନେଶ୍ବରଠାରେ ଏ ନେଇ ବିଧିବଦ୍ଧ ଘୋଷଣା କରିପାରନ୍ତି। ବିଧାୟକ ଶ୍ରୀ ଶଗରିଆ କିଛିଦିନ ହେବ ଦଳୀୟ କାର୍ଯ୍ୟକଳାପ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏପରିସ୍ଥଳେ, ଗତକାଲି ତାଙ୍କୁ ଦଳର ଏସ୍‌ସି ସେଲ୍ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଦଳର ସାଧାରଣ ସଂପାଦକ ପଦ ଦିଆଯାଇଥିଲେ ମଧ୍ୟ ସେ ଏଥିରେ ସନ୍ତୁଷ୍ଟ ନାହାନ୍ତି। ଯେଉଁଥିପାଇଁ ସେ କଂଗ୍ରେସ ଦଳରୁ ଇସ୍ତଫା ଦେବେ ବୋଲି ତାଙ୍କ ନିଟକତମ ମହଲରୁ ଜଣାପଡ଼ିଛି।

କଂଗ୍ରେସ ଛାଡ଼ୁଥିବା ନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ବିଧାୟକ ଶ୍ରୀ ଶଗରିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ସେ ଏକ ବଡ଼ ନିଷ୍ପତ୍ତି ନେବେ। ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେବେ। ଏହା ଆଗରୁ କିଛି କହିବା ଠିକ ହେବନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର