ନାବାଳିକାଙ୍କୁ ଅସଦାଚରଣ ମାମଲା:ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

କାଲିମେଳା: କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗାଗରିମେଟଲା ଗ୍ରାମରେ ନାବାଳିକା ଅସଦାଚରଣ ମାମଲାରେ ୨ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ଏମପିଭି-୩୪ ଗ୍ରାମର ଦିଲୀପ ମଲିକଙ୍କ ପୁଅ ଦୀପଚାନ୍ଦ ମଲିକ ଓ ଦୀପୁ ବନିକଙ୍କ ପୁଅ କିଶୋର ବନିକ। ଉଭୟଙ୍କ ନାମରେ କାଲିମେଳା ଥାନାରେ କେସ ନଂ ୧୯/୨୦୧୮, ଦଫା ୩୭୬,(୨)(୧)(ଏନ),୪୧୭,୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଗାଗରିମେଟଲା ଗ୍ରାମରେ ପରବ ଚାଲୁଥିଲା ସମୟରେ ଉପରୋକ୍ତ ଦୁଇ ଯୁବକ ସେହି ଗ୍ରାମର ଦୁଇ ଜଣ ନାବାଳିକା ଯୁବତୀଙ୍କ ସହ ଅସଦାଚରଣ କରିବା ବେଳେ ଗ୍ରାମବାସୀ ଧରିଥିଲେ।

ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖବର ପାଇ ଉକ୍ତ ଗ୍ରାମକୁ ଯାଇ ନାବାଳିକା ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ୱଧାର ଗୃହରେ ନେଇ ରଖିଥିଲେ। ଏହାପରେ ଦୁଇଜଣ ନାବାଳିକାଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଉଭୟଙ୍କର କାଲିମେଳାରେ ଡ଼ାକ୍ତରୀ ମାଇନା କରାଯାଇ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶମ୍ଭୁନାଥ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର