କୌନ ବନେଗା କରୋଡପତିରେ ଓଡ଼ିଆ ଯୁବକ ଏନ୍‌ ରବି କୁମାର ଜିତଲେ ୨୫ ଲକ୍ଷ ଟଙ୍କା ପୁରସ୍କାର

ଜୟପୁର: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ରିଏଲିଟି ସୋ ‘କେବିସି’ରେ ଓଡ଼ିଆ ଯୁବକ କମାଲ କରିଛନ୍ତି। କୋରାପୁଟ ଜିଲ୍ଲାର ଦାମନଯୋଡ଼ିସ୍ଥିତ ନାଲାକୋ କର୍ମଚାରୀ ଏନ୍‌ ରବି କୁମାରଙ୍କୁ ମିଳିଛି ଏହି ସଫଳତା। ରବି କୁମାର ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ରବି କୁମାରଙ୍କୁ ତାଙ୍କ ସ୍ତ୍ରୀ ସହଯୋଗ କରିଛନ୍ତି। ସେ ଯାହାହେଉ ରବି କୁମାରଙ୍କ ଏହି ସଫଳତା ଓଡ଼ିଶାର ଗୌରବ ବଢ଼ାଇଛି।

ବଲିଉଡ଼ ବାଦଶାହ ଅମିତାଭ ବଚ୍ଚନଙ୍କ ସହ ରବି କୁମାର ସମ୍ମୁଖୀନ ହୋଇଥିବା ଏପିସୋଡ଼ ଗତ ଗୁରୁବାର ପ୍ରସାରିତ ହୋଇଥିଲା। ଅମିତାଭ ବଚ୍ଚନଙ୍କ ସହ ହଟ୍‌ ସିଟ୍‌ରେ ବସି ଏନ୍‌ ରବି କୁମାର ଉତ୍ତର ଦେଉଥିଲେ। ସୋ ରେ ସ୍ତ୍ରୀ ଏନ୍‌. ରେଣୁକା ଉତ୍ସାହ ଦେଉଥିବା ବେଳେ ରବି କୁମାର ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଚାଲିଥିଲେ ଓ ଶେଷରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଥିଲେ। ଏନ୍‌ ରବି କୁମାର ୨୦୦୦ ମସିହାରୁ କୌନ ବନେଗା କରୋଡପତି ପାଇଁ ପ୍ରସ୍ତୁତ ହେଉଥିଲେ।

ସମ୍ବନ୍ଧିତ ଖବର