ଚୋରି ମାମଲାରେ ଜଣେ ଗିରଫ

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଜୟନଗର ଅଞ୍ଚଳର ବ୍ୟବସାୟୀ ଦେବାଶିଷ ତ୍ରିପାଠୀଙ୍କ ବାଇକ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଜୟପୁର ଏସ୍‌ଆର୍‌ ଲାଇନର ଏ. ବିନୋଦ କୁମାର। ବିନୋଦ ନିକଟରୁ ଚୋରି ବାଇକ ଜବତ କରାଯାଇଥିବା ନେଇ ତଦନ୍ତ ଅଧିକାରୀ ଏଏସ୍‌ଆଇ ରୋହିତ ସେଠ କହିଛନ୍ତି। ଚୋରି ବାଇକକୁ ଧରି ବୁଲିବା ସମୟରେ ଅଭିଯୁକ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହାପରେ ଯାଞ୍ଚ ସମୟରେ ଚୋରି ବାଇକ ବୋଲି ଜଣାପଡିବାରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର