କୋରାପୁଟ: ହାର୍ଡକୋର ମିଲିସିଆ ଗିରଫ

କୋରାପୁଟ: ନନ୍ଦପୁର ଏରିଆ କମିଟିର ହାର୍ଡକୋର ମିଲିସିଆ ଜୟରାମ ଖିଳକୁ କୋରାପୁଟ ପୁଲିସ ଗିରଫ କରିଛି। କୋରାପୁଟ ଜିଲ୍ଲାର ପଡ଼ଓ୍ଵା ଥାନା ଅନ୍ତର୍ଗତ ତାଲା କନ୍ଦପାଲି ଗ୍ରାମର ମଙ୍ଗଳ ଖିଳଙ୍କ ପୁଅ ହେଉଛି ଜୟରାମ। ଜୟରାମ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ପୁଲିସ ଶନିବାର କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ହାତିବାରୀ ଗ୍ରାମପଂଚାୟତର ସରପଂଚ ଜଗନ୍ନାଥ ଖରାଙ୍କୁ ସିପିଆଇ (ମାଓବାଦୀ ମାନେ) ହତ୍ୟା କରିଥିଲେ। ଏହି ଘଟଣା ନେଇ ପଡଓ୍ଵା ଥାନାରେ ମାମଲା ରୁଜୁ ହୋଇଥିଲା। ସେହିପରି ଆରକୁ ହତ୍ୟା ମାମଲା ସହିତ ଜୟରାମ ସଂପୃକ୍ତ ଥିଲା। ଆନ୍ଧ୍ରପ୍ରଦେଶର ଆରକୁ ବିଧାୟକ ତଥା ତେଲୁଗୁ ଦେଶମ ପାର୍ଟି ନେତା କିଦାରୀ ସର୍ବେଶ୍ୱର ରାଓଙ୍କୁ ୨୦୧୮ ସେପ୍ଟେମ୍ବର ୨୩ରେ ଆନ୍ଧ୍ରପ୍ରଦେଶର ଡୁମୁରିଗୁଡ଼ା ଥାନା ଅନ୍ତର୍ଗତ ପଟାଙ୍ଗୀ ପଂଚାୟତର ଲିଭିତପୁଟୁ ନିକଟରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଜାତୀୟ ତଦନ୍ତ ସଂସ୍ଥା ହସ୍ତକ୍ଷେପ କରିଥିଲା। ଏନଆଇଏ ଜୟରାମକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା।

ସମ୍ବନ୍ଧିତ ଖବର