କୋରାପୁଟ: ହେମା ଗମାଙ୍ଗଙ୍କ ଘରବାହୁଡା ଖବରକୁ କଂଗ୍ରେସର ପ୍ରବଳ ବିରୋଧ !

ଲକ୍ଷ୍ମୀପୁର: କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପୁର୍ବତନ ସାଂସଦ ହେମା ଗମାଙ୍ଗ ପୁଣି କଂଗ୍ରେସର ଘର ବାହୁଡା ପ୍ରସଙ୍ଗକୁ ନେଇ ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ କର୍ମୀ ଓ ବିଧାୟକଙ୍କ ଦ୍ୱାରା ପ୍ରବଳ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛିା ଗତ ତିନି ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା ହେମା ଗମାଙ୍ଗଙ୍କ ଖବର ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି କିଛି ଖବର କାଗଜରେ ପ୍ରକାଶ ପାଇବା ପରେ ଘର ବାହୁଡା କଣ, ଘରେ ପଶିବାକୁ ଉଦ୍ୟମ କରିବା ପୁର୍ବରୁ ହିଁ ଚାଳ ବାଜୁଥିବା ନ୍ୟାୟରେ ମଙ୍ଗଳବାର ପ୍ରବଳ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛା ଏନେଇ ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଗଣମାଧ୍ୟମଙ୍କ ପ୍ରଶ୍ନପ ଉତ୍ତରରେ ସେ କହିଛନ୍ତି, ହେମା ଗମାଙ୍ଗ ହେଉଛନ୍ତି ପ୍ରକୃତ ରାଜନେତ୍ରୀ, ଯେ କି ନିର୍ବାଚନ ମାସ ଆସିଗଲେ ଦଳ ବଦଳ କରିବାରେ ସଂପୂର୍ଣ୍ଣ ଉତ୍ସାଦ। ତାଙ୍କରି ପାଇଁ ହିଁ ଏପରିକି ଗମାଙ୍ଗ ପରିବାର ଯୋଗୁଁ ୨୦୦୯ ମସିହାରେ କଂଗ୍ରେସର ଲକ୍ଷ୍ମୀପୁର କୋରାପୁଟ ଓ ଜୟପୁର ଆସନରେ ବିଧାୟକ ମାନେ ପରାଜୟ ବରଣ କଲେ, ଏପରିକି ସାଂସଦ ପଦବି ମଧ୍ୟ କଂଗ୍ରେସର ରହିଲା ନାହିଁ।

ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ଗିରିଧର ଗମାଙ୍ଗଙ୍କୁ ସାଂସଦ ଭାବେ କୋରାପୁଟ ଲୋକସଭା ଆସନରୁ ଟିକଟ ଦିଆଯିବା କାରଣରୁ ରାୟଗଡାରେ କଂଗ୍ରେସ ମୂଳ ପୋଛ ହେବା ସହ କୋରାପୁଟର ପଟାଙ୍ଗି ଆସନ ମଧ୍ୟ ହରାଇବାକୁ ପଡିଥିଲାା ବର୍ଷ ୨୦୦୯ ମସିହାରେ ଗମାଙ୍ଗ ପରିବାର ଲବିକରି ଗିରିଧର ଗମାଙ୍ଗଙ୍କ ସମେତ ତାଙ୍କ ପତ୍ନୀ, ପୁଅ ଓ ଗମାଙ୍ଗଙ୍କ ବ୍ୟକ୍ତିଗତ ସହାୟକଙ୍କୁ ମଧ୍ୟ ଟିକଟ ଦିଆଯାଇଥିଲା ଓ ସମସ୍ତେ ପରାସ୍ତ ହୋଇଥିଲେ, ଲୋକେ ଗମାଙ୍ଗ ପରିବାରର ସଦସ୍ୟକୁ ଗତ ୧୦ ବର୍ଷ ରୁ ଉର୍ଧ ହୋଇଗଲା ବିରୋଧ କରି ଆସୁଛନ୍ତି। ତେଣୁ ଠିକ୍‌ ନିର୍ବାଚନ ଆଉ ମାତ୍ର ୨ ମାସ ବାକିଥିବା ବେଳେ ହେମା ଗମାଙ୍ଗ ଯେଉଁ ଗୋଟି ଚଳାଇବାକୁ ପ୍ରୟାସ କରିଛନ୍ତି। ଏଥିରେ ସେ କେବେବି ସଫଳ ହେବେନି ବରଂ ସେ କଂଗ୍ରେସରେ ମିଶିଲେ କଂଗ୍ରେସର କ୍ଷତି ହିଁ ଘଟିବ। ସେ ଗୋଟିଏ ପୋଚା ଆଳୁ ସଦୃଶ୍ୟ। ଯଦି ବର୍ତମାନ ଭଲ ପରିବାରେ ସେ ମିଶି ବାକୁ ଯାଉଛନ୍ତି ତେହେଲେ ସେହି ଭଲ ପରିବା ମଧ୍ୟ ପଚିସଢିଯିବ। ସେ କେବଳ ନିର୍ବାଚନରେ ପ୍ରାର୍ଥୀ ହେବା ସକାଶେ ହିଁ କଂଗ୍ରେସରେ ଫେରିବାକୁ ଚାହୁଁଛନ୍ତି ଓ ଲୋକସଭା ଆସନରେ ଟିକଟ ପାଇଁ ଲବିରେ ଅଛନ୍ତିି ବୋଲି ବିଧାୟକ ପ୍ରକାଶ କରିଛନ୍ତିା ଯଦି ବି ସେ କଂଗ୍ରେସରେ ଘରବାହୁଡା ହେବାକୁ ଚାହୁଁଛନ୍ତି ତେହେଲେ ଦଳ ସହିତ ପୁଣି ୫ବର୍ଷ ରହି କାର୍ଯ୍ୟ କରିବା ପରେ ତାଙ୍କ ପ୍ରାର୍ଥୀତ୍ୱ ଟିକଟକୁ ନେଇଁ ଚନ୍ତା କରାଯିବାର ସମୟ ଆସିଛି ବୋଲି ଖୋଲାଖୋଲି ଲକ୍ଷ୍ମୀପୁର ବିଧାୟକ କହିଛନ୍ତିା

ଗତ ୧୦ ବର୍ଷ ହେଲା ହେମା ଗମାଙ୍ଗ ଯେଉଁ ଦଳରେ ସ୍ଥାନ ପାଇଛନ୍ତି ସେହି ଦଳ ବିପୁଳ ସଂଖ୍ୟାରେ ସେହି ଆସନରୁ ପରାଜୟ ବରଣ କରିଛି ତେଣୁ କଂଗ୍ରେସ ହାଇକମାଣ୍ଡ ମଧ୍ୟ ଏନେଇ ଚିନ୍ତା କରିବାର ସମୟ ଆସିଥିବା ସେ କହିଛନ୍ତିା ଏପରିକି ସେ କହିଛନ୍ତି, ଲକ୍ଷ୍ମୀପୁର କଂଗ୍ରେସ ଟିକଟ ସକାଶେ ସେମିତି କିଛି ତାଙ୍କ ପାଇଁ ଆସୁବିଧା ନଥିଲେ ମଧ୍ୟ ଦଳ ପାଇଁ ସୁଂର୍ଣ କ୍ଷତିକାରଣ ହେବେ ହେମା ଗମାଙ୍ଗ ବୋଲି ଦର୍ଶାଇଛନ୍ତିିା

ସମ୍ବନ୍ଧିତ ଖବର