ପିକଅପ୍‌ ଧକ୍କାରେ ଜଣେ ମୃତ

0 29

ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ରଣ୍ଡାପାଲି ଫର୍ମାସୀ କଲେଜ ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ଏକ ପିକଅପ୍‌ ଭ୍ୟାନ ଟ୍ରକକୁ ଓଭରଟେକ କରି ଆଗକୁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମାଲକାନଗିରି ଅଞ୍ଚଳର ମୋହନ ବିଶ୍ୱାସଙ୍କ ମୃତ୍ୟୁ ଘଟିଛି। ଏଥିରେ ସ୍କୁଟି ଚାଳକ ଅମର କୁମାର ଦାସ ଆହତ ହୋଇ ଜୟପୁର ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ୍‌ ଭ୍ୟାନକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ଥିବା ଆମ୍ବାଗୁଡା ଫାଣ୍ଡି ଅଧିକାରୀ ବଙ୍କିମଚନ୍ଦ୍ର ବୋବାଲି କହିଛନ୍ତି।
ଜୟପୁର ବ୍ଳକ ମଜୁରମୁଣ୍ଡା ଗ୍ରାମର ଅମର କୁମାର ଦାସ ଓ ମୋହନ ଉଭୟେ ସ୍କୁଟି ଯୋଗେ ଜୟପୁରକୁ ଆସିଥିଲେ। ଅପରାହ୍ନ ସାଢ଼େ ଗୋଟାଏରେ ମଜୁରମୁଣ୍ଡା ଗ୍ରାମକୁ ଫେରିବା ସୟମରେ ରଣ୍ଡାପାଲି ନିକଟରେ ସେମାନଙ୍କର ସମ୍ମୁଖରୁ ଗୋଟିଏ ଟ୍ରକ ଆସୁଥିବା ବେଳେ ତାକୁ ଓଭରଟେକ କରି ଗୋଟିଏ ପିକଅପ୍‌ ଭ୍ୟାନ ଆସି ଧକ୍କା ଦେଇଥିଲା। ଉଭୟେ ଅମର ଓ ମୋହନ ଫୋଫାଡି ହୋଇପଡିଥିଲେ। ଅମର ହେଲମେଟ ପିନ୍ଧିଥିବାରୁ ସେ ଆହାତ ହୋଇଥିବା ବେଳେ ମୋହନଙ୍କ ଗୁରୁତର ହୋଇଯାଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମୋହନଙ୍କୁ ମୃତ ଘୋଷଣା କରିଥିଲେ। ପିକଅପ୍‌ ଭ୍ୟାନରେ ବିଦ୍ୟୁତ ସାମଗ୍ରୀ ବୈପାରିଗୁଡା ଅଞ୍ଚଳକୁ ଯାଉଥିବା ଜଣାପଡିଛି। ଏଥିନେଇ ଜୟପୁର ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି । ଗତ ୬ ଦିନ ପୂବେ ମାଲକାନଗିରି ଅଞ୍ଚଳରୁ କାମ କରିବା ପାଇଁ ମୋହନ ନିଜ ସ୍ତ୍ରୀ ଓ ଛୁଆକୁ ନେଇ ମଜୁରମୁଣ୍ଡା ଆସିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.