ଦୁଷ୍କର୍ମ ଓ ହତ୍ୟା ଘଟଣାର ଛାନଭିନ ଆରମ୍ଭ

କାଲିମେଳା: କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିବାଡ଼ା ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। କାଲିମେଳା ଥାନା ଅଧିକାରୀ ରାମ ପ୍ରସାଦ ନାଗ ଘଟଣା ସ୍ଥଳକୁ ଯାଇ ଘଟଣାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିଛନ୍ତି। ମୃତ ନାବାଳିକାର ପରିବାର ଓ ଗ୍ରାମବାସୀଙ୍କୁ ପଚରା ଉଚରା କରାଯାଇଛି। ସଂଦେହ ଘେରରେ ଥିବା ଚିନ୍ତଲବାଡ଼ା ଗ୍ରାମର ଜଣେ ଯୁବକକୁ ପୁଲିସ ଚିହ୍ନଟ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାର କାରଣ କ’ଣ ସେ ଉପରେ ପୁଲିସ ଅନୁସଂଧାନ କରୁଥିବାରୁ ଅଧିକ କିଛି କହିବାକୁ ମନା କରିଦେଇଛି।

୧୫ବର୍ଷୀୟ ଉକ୍ତ ନାବାଳିକାକୁ ସୋମବାର ଠାରୁ ନିଜ ଘରୁ ଅପହରଣ କରିନିଆଯାଇଥିବା ବେଳେ ବୁଧବାର ସଂଧ୍ୟାରେ ତାର ଶବ ଗାଁ ନିକଟ ଜମିରୁ ଉଦ୍ଧାର କରାଯାଇଥିଲା। ଦୁଷ୍କର୍ମ କରାଯିବା ପରେ ଘଟଣା ପ୍ରଘଟ ହେବା ଭୟରେ ତାର ବେକରେ ଓଢ଼ଣୀ ଦେଇ ତଣ୍ଟି ଚିପି ହତ୍ୟା କରି ଜମିରେ ଫିଙ୍ଗି ଦେଇ ପଳାଇ ଯାଇଥିବା କୁହାଯାଉଛି। ଗ୍ରାମବାସୀ ମୃତ ନାବାଳିକାର ଶବକୁ ଉଦ୍ଧାର କରିଥିଲେ। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର