କୋରାପୁଟ: ଖମ୍ବେଶ୍ୱରୀ ଶୌଣ୍ଢିକ ସଂଘର ବୈଠକରେ ଆଲୋଚନା, ମିଳୁ ନାହିଁ ସରକାରୀ ସୁବିଧା

ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକ ଖମ୍ବେଶ୍ୱରୀ ଶୌଣ୍ଢିକ ସଂଘର ଏକ ବୈଠକ ଦଶମନ୍ତପୁର ବ୍ଲକ ସଦରମହକୁମାରେ ବୁଧବାର ଅନୁଷ୍ଠିତ ହୋଇଯାଇଛିା ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ଶୌଣ୍ଢିକ ସଂଘର ଇଶ୍ୱର ଚନ୍ଦ୍ର ସାହୁ ଓ ମୁଖ୍ୟ ବକ୍ତା ଭାବେ ପରମେଶ୍ୱର ସାହୁ ଯୋଗଦେଇଥିଲୋ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ୪ଟି ବ୍ଲକରେ ଶୌଣ୍ଢିକ ସଂପ୍ରଦାୟ ମାନଙ୍କ ସଂଖ୍ୟା ପ୍ରାୟ ୫ହଜାରରୁ ଅଧିକ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ଅନେକ ଯୋଜନାରୁ ବଞ୍ଚିତ ରହୁଛନ୍ତି, ଏପରିକି ଓବିସି ଭାବେ ସଂରକ୍ଷିତ ଶୁଣ୍ଢି ସଂପ୍ରଦାୟକୁ ମାନ୍ୟତା ମିଳିଥିଲେ ମଧ୍ୟ ସରକାରଙ୍କ ଯେଉଁ ପରି ସୁବିଧା ପାଇବା କଥା ସେହିପରି ସୁବିଧା ମିଳୁନାହିଁ, ତେଣୁ ସଂଘକୁ ଅଧିକ ସୁଦୃଢ କରିବାକୁ ହେଲେ ସଂଘିୟ ନିୟମକୁ କଡାକଡି ଭାବେ ପାଳନ କରାଯିବା ସହ ସରକାରଙ୍କ ଦାବି ଉପସ୍ଥାପନା କରିବା ଜରୁରୀ ବୋଲି ମୁଖ୍ୟ ବକ୍ତା ପ୍ରକାଶ କରିଥିଲୋ

୧୯୫୭ ମସିହାରୁ ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଠାରୁ ଶୌଣ୍ଢିକ ସଂଘ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାର ଅଧିକାଂଶ ବ୍ଲକରେ ସଂଘ ଗଠନ କରାଯାଇଛି କିନ୍ତୁ ସଂଘ ଦ୍ୱାରା ସେପରି କିଛି ଆଖିଦୃଶିଆ କାର୍ଯ୍ୟ ଗୁଡିକ ସମାପନ କରାଯାଉନଥିବା କାରଣରୁ ଶୌଣ୍ଢିକ ସଂଘ ସବୁବେଳେ ପଛରେ ରହିଥିବା ମୁଖ୍ୟ ଅତିଥି ଶ୍ରୀ ସାହୁ ପ୍ରକାଶ କରିଥିଲୋ ବିଭିନ୍ନ ଅଞ୍ଚଳରୁ ଯୋଗଦେଇଥିବା ସଭାପତି ଓ ସଂପାଦକ ମାନେ ସେମାନଙ୍କ ସଂଘ ସଂର୍କରେ ଆଲୋଚନା କରିବା ସହ ସୌମ୍ୟକ ଅଭିଭାଷଣ ପ୍ରଦାନ କରିଥିଲୋ ଦଶମନ୍ତପୁର ବ୍ଲକ ସଂଘ ଦ୍ୱାରା କିଛି ନୂତନ କାର୍ଯ୍ୟଶୈଳି ପରିବର୍ତନ କରାଯିବା ସହ ବିବାହ ଭୋଜି ଗୁଡିକରେ କିଛି ନୂଆ ନିୟମ କରାଯିବା ସକାଶେ ସଂଘିୟ କର୍ମୀ ଏକତ୍ରିତ ହୋଇ ପରବର୍ତ୍ତି ବୈଠକରେ ନିଷ୍ପତି ନିଆଯିବ ବୋଲି ବ୍ଲକ ସଭାପତି ନାରାୟଣ ବିଷୋଇ ପ୍ରକାଶ କରିଥିଲୋ

ସଂଘ ସଭାପତି ନାରାୟଣ ବିଷୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ କୋରାପୁଟ ଜିଲ୍ଲା ସଦରମହକୁମାର କର୍ମକର୍ତ୍ତାମାନଙ୍କ ସମେତ ନାରାୟଣପାଟଣା ବନ୍ଧୁଗାଁ ଲକ୍ଷ୍ମୀପୁର କାକିରିଗୁମା, କୁସୁମଗୁଡା, ପୋଡାଗଡ, ସେମିଳିଗୁଡା, କୁସୁମି, ପୁଙ୍ଗାର, କୁମ୍ଭାରିପୁଟ ଅଞ୍ଚଳର ସଂଘିୟ କର୍ମକର୍ତ୍ତା ଯୋଗଦେଇଥିଲୋ ପ୍ରଥମେ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ପ୍ରାରମ୍ଭିକ ସଙ୍ଗିତ ଗାନ କରାଯାଇଥିଲାା ଦଶମନ୍ତପୁର ବ୍ଲକର ସମସ୍ତ ଅଞ୍ଚଳର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେମାନଙ୍କ ସୁବିଧା ଓ ଅସୁବିଧା ସଂର୍କରେ ଆଲୋଚନା କରାଯାଇଥିଲାା

ସମ୍ବନ୍ଧିତ ଖବର