କଳାକନା ବୁଲାଇଲେଦୁର୍ବୃତ୍ତ: ୩୩ ତୁଳା ସୁନା, ୫ କିଲୋ ରୁପା, ଲକ୍ଷାଧିକ ଟଙ୍କା ଚୋରି

ଜୟପୁର: ସହରରେ ଘନଘନ ପାଟ୍ରୋଲିଂ ଚାଲିଛି। କିନ୍ତୁ ଏହାକୁ ଖାତିର କରୁନାହାନ୍ତି ଚୋର। ଘରେ ତାଲା ପଡିବାର ୨୪ଘଣ୍ଟ ନପୂରୁଣୁ ପୂରା ଘରକୁ ଖାଲି କରି ଦେଉଛନ୍ତି। ଏହିକ୍ରମରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ବେଲରୋଡ ସ୍ଥିତ ଜମାଲ କଲୋନି ପୁଣି ଚୋରି ହୋଇଛି। କେ. ରମେଶଙ୍କ ଘରୁ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଓ ରୁପା ସାମଗ୍ରୀ ଚୋରି ହୋଇଥିବା ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଘଟଣା ସ୍ଥଳରେ ସାଇଣ୍ଟିିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଜମାଲ ସାହିରେ ରହୁଥିବା ରମେଶଙ୍କ ପତ୍ନୀ କୀର୍ତି ଓ ପୁଅ ଜଲାପୁଟ ସ୍ଥିତ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଏହାପରେ ଗତକାଲି ଅପରାହ୍ନରେ ରମେଶ ଜଲାପୁଟ ଯାଇଥିଲେ। ବର୍ଷା ହେବା କାରଣରୁ ରମେଶ ଗତକାଲି ରାତିରେ ଜୟପୁର ଫେରିପାରି ନଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଗ୍ରୀଲ ତାଲା ଓ କବାଟର ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ। ଶୟନ କକ୍ଷରେ ଥିବା ଲକରକୁ ଭାଙ୍ଗି ସେଥିରୁ ୩୩ ତୁଳା ସୁନା ଅଳଙ୍କାର ଓ ପାଖପାଖି ୫ରୁ ୬ କିଲୋଗ୍ରାମ ରୁପା ଚୋରି କରିନେଇଥିଲେ।

ଏଥିସହ ଅନ୍ୟ ଏକ କୋଠରୀରେ ଥିବା ଆଲମିରାକୁ ଭାଙ୍ଗି ଲୁଗାପଟା ସବୁ ଫୋଫାଡି ଦେଇ ସେଠାରୁ ୧ଲକ୍ଷ ୭୭ ହଜାର ଟଙ୍କା ଚୋରି କରିନେଇଥିଲେ। ଘର ମାଲିକ ପି.ପ୍ରତାପ ତଳେ ରହୁଥିବାରୁ ତାଙ୍କ ଘର କବାଟ ବାହାରପଟୁ ଦୁର୍ବୃତ୍ତମାନେ ବନ୍ଦ କରି ଏହି କାଣ୍ଡ କରିଥିଲେ। ଆଜି ସକାଳେ ରମେଶଙ୍କ ସମ୍ପର୍କୀୟଙ୍କୁ ଫୋନେ ଯୋଗେ ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ରମେଶ ଓ କୀର୍ତି ଜୟପୁରରେ ପହଞ୍ଚ ତାଲା ଭାଙ୍ଗି ପଡିଥିବା ବେଳେ ବେଡରୁମ୍‌ରେ ଜିନିଷପତ୍ର ଫୋପାଡି ହୋଇ ପଡିଥିବା ଦେଖିବାକୁ ପାଇଥିଲେ।

ଏନେଇ ରମେଶ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଘଟଣାସ୍ଥଳରେ କୋରପୁଟରୁ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଛନ୍ତି। ଆଲମିରା ଓ ଲକରରେ ଲାଗିଥିବା ବିଭିନ୍ନ ଚିହ୍ନ ଗୁଡିକୁ ଏହି ଟିମ୍‌ ଯାଞ୍ଚ କରିଛନ୍ତି। କେ. ରମେଶଙ୍କ କହିବାନୁଯାୟୀ, ସେ ରିଲାନ୍ସ ଜିଓ କମ୍ପାନିରେ ଡେପୁଟି ଫାଇନାନ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ସ୍ଥାନୀୟ ପ୍ରସାଦରାଓ ପେଟା ଓ ରିଙ୍ଗ ରୋଡ ଠାରେ ଜମି କିଣିବା ପାଇଁ ଟଙ୍କା ଓ ସୁନା ଅଳଙ୍କାର ଘରେ ରଖିଥିବା ନେଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର