ଗଂଜେଇ ଟ୍ରକ୍ ସହ ତିନି ଯୁବକ ଅଟକ

ବୈପାରିଗୁଡା,: କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ଥାନା ନିକଟ ମଶାଣି ପାଖରୁ ଏକ ୧୦ ଚକିଆ କୁଣ୍ତା ବୋଝେଇ ଟ୍ରକରୁ ଗଂଜେଇ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ତିନି ଜଣ ଥାନାରେ ଅଟକ ରହିଥିବା ମଧ୍ୟ ଜଣାପଡିଛି। ତେବେ ଜବତ ଗଂଜେଇର ପରିମାଣ ଏବଂ ଅଟକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁଯାୟୀ ଗଂଜେଇ ମାଫିଆ ପୁଲିସକୁ ଚକମା ଦେବା ପାଇଁ ଟ୍ରକରେ ଧାନ କୁଣ୍ତା ବୋଝେଇ କରି ସେଥିରେ ଗଂଜେଇ ଭର୍ତି କରି ନେଉଥିଲେ। ତେବେ ପୁଲିସ ଏସଂପର୍କରେ ସୂଚନା ପାଇ ଉକ୍ତ ଗାଡିକୁ ମଶାଣି ନିକଟରେ ଅଟକାଇ ଯାଞ୍ଚ ପରେ ଗଂଜେଇ ଥିବା ଜଣାପଡିଥିଲା। ଏହି ତିନି ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି। ଏନେଇ ବୈପାରିଗୁଡା ଥାନାରେ ପଚାରିବାରୁ ଆସନ୍ତାକାଲି ଏନେଇ ପ୍ରେସ ଇସ୍ତାହାର ଦିଆଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର