ବାଇକ୍‌ ଓ ଅଟୋ ମୁହାମୁହିଁ ଧକ୍କା, ୩ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କଟରାକଣା ଗାଁ ନିକଟରେ ଶନିବାର ସଂଧ୍ୟାରେ ଏକ ବାଇକ ଓ ଅଟୋ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ତିନି ଜଣ ଆହତ ହୋଇଛନ୍ତିା ପ୍ରାପ୍ତ ସୂଚନା ମୁତାବକ ସାପ୍ତାହିକି ହାଟ ଦିନ, ବନ୍ଦିକାର ଗାଁର ଏକ ଅଟୋ କିଛି ଯାତ୍ରୀଙ୍କୁ ନେଇ ହାଟକୁ ଆସିଥିଲା। ସଂଧ୍ୟା ସମୟରେ ଲକ୍ଷ୍ମୀପୁରରୁ ନିଯ ଗାଁ ବନ୍ଦିକାରକୁ ଫେରୁଥିବା ସମୟରେ ବିପରିତ ଦିଗରୁ ବୁର୍ଜା ଗାଁରୁ ଏକ ବାଇକ୍‌ରେ ଗୋଟିଏ ପରିବାରର ତିନିଜଣ ଆସୁଥିବା ବେଳେ ଧକ୍କା ହୋଇଥିଲାା ଧକ୍କା ହେବା ପରେ ବାଇକ୍‌ ଆରୋହୀ ବସ୍ତ୍ର ହିକକା(୩୨), ତାଙ୍କ ସ୍ତ୍ରୀ କମଳେଶ୍ୱରୀ ହିକକା (୨୫) ଓ ସାନ ଝିଅ ଚନ୍ତିିନୀ ହିକକା (୫)ଙ୍କୁ ଆହତ ଅବସ୍ଥାରେ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା।

ବସ୍ତ୍ରଙ୍କ ଗୋଡ ଭାଙ୍ଗିଯାଇଥିବା ବେଳେ କମଳେଶ୍ୱରୀଙ୍କ ମୁଣ୍ଡ ଫାଟି ଗୁରୁତ୍ୱର ଆହତ ହେବା ଓ ତାଙ୍କ ଝିଅଙ୍କ ଗୋଡରେ ମଧ୍ୟ ଅଧିକ ଆଘାତ ଲାଗିଥିବା କାରଣରୁ ସମସ୍ତଙ୍କୁ ୧୦୮ ଆମୁଲାନ୍‌ସ ଯୋଗେ କୋରାପୁଟ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଛିା ଖବର ପାଇ ଲକ୍ଷ୍ମୀପୁର ଥାନା ଆଇଆଇସି ହେମନ୍ତ କୁମାର ମାଝି ଓ ପୋଲିସ ଟିମ୍‌ ଆସି ଆହତଙ୍କ ଅବସ୍ଥା ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର