କୋରାପୁଟ: ଟ୍ରେନ ଲାଇନ୍‌ରେ ମାଟି ଅତଡା ଧସିଲା, ୪ ଘଣ୍ଟା ବିଳମ୍ବରେ ସମସ୍ତ ଟ୍ରେନ୍‌

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଷ୍ଟେଷନ୍‌ଠାରୁ ୬ କିଲୋମିଟର ଦୂର ତୋୟାପୁଟ୍‌ ଟନେଲ୍‌ ନିକଟରେ ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଧସି ପଡି ରେଳ ଲାଇନ୍‌ ଉପରେ ପଡିରହିଥିବା କାରଣରୁ କୋରାପୁଟ ରାୟଗଡା ଲାଇନ୍‌ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛିା ମାଟି ଅତଡା ଖବର ପହଞ୍ଚିବା ପରେ ବାଇଗୁଡା ଷ୍ଟେଷନ୍‌ରେ ହିରାଖଣ୍ଡ ଟ୍ରେନ, କାକିରିଗୁମା ଷ୍ଟେଷନରେ ରାଉଲକେଲା ଏକ୍ସପ୍ରେସ୍‌ ଓ ଲକ୍ଷ୍ମୀପୁର ଷ୍ଟେଷନରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ ୪ ଘଣ୍ଟା ଧରି ଅଟକି ରହିଥିଲାା

ଲକ୍ଷ୍ମୀପୁର ଓ କାକିରିଗୁମା ରହିଥିବା ରେଳ କର୍ମଚାରୀ ସଙ୍ଗେ ସଙ୍ଗେ ଆସି ମିଳିତ ଭାବେ ଟ୍ରେନ ଲାଇନ୍‌ ଉପରେ ପଡିଥିବା ମାଟି ଗୁଡିକକୁ କାଢି ସଫା କରିବା ପରେ ୧୦ଟାରେ ସମସ୍ତ ଟ୍ରେନ୍‌ ଗୁଡିକ ଆଗକୁ ବଢିଛିା ବର୍ଷା ଦିନେ କେଆର୍‌ ଲାଇନ୍‌ରେ ମାଟି ଅତଡା ଖସିବା କୌଣସି ନୂଆ ଘଟଣା ହୋଇନଥିବା ବେଳେ ଗତ କିଛି ଦିନତଳେ କେଉଟଗୁଡା ନିକଟରେ ଟ୍ରେନ ଲାଇନ୍‌ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହୋଇଥିଲା ଓ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲାା ମାଟି ଅତଡା ଖସିବାରୁ କେଆର୍‌ ଲାଇନ୍‌ର ସମସ୍ତ ଟ୍ରେନ ୪ଘଣ୍ଟା ବିଳମ୍ବରେ ଚାଲୁଥିବା ରେଲବାଇ ବିଭାଗ ତରଫରୁ ସୂଚନା ମିଳିଛିା

ସମ୍ବନ୍ଧିତ ଖବର