ପୋଡ଼ିଗଲା ଟ୍ରାନସଫର୍ମର, ୬ମାସ ହେଲା ଅନ୍ଧାରରେ ଗ୍ରାମବାସୀ

ନନ୍ଦପୁର,ପୋଡ଼ିଗଲା ଟ୍ରାନସଫର୍ମର, ୬ମାସ ହେଲା ଅନ୍ଧାରରେ ଗ୍ରାମବାସ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗିପୁଟ ଗ୍ରାମବାସୀ ଦୀର୍ଘ ୬ମାସ ହେଲା ଅନ୍ଧାରରେ ରହି ଆସୁଛନ୍ତି। ବିଦ୍ୟୁତ ଟ୍ରାନସଫର୍ମର ପୋଡିଯିବା ‌େଯାଗୁଁ ଶହେରୁ ଊର୍ଧ୍ବ ପରିବାର ହଇରାଣ ହେଉଥିଲେ ହେଁ ସମସ୍ୟାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ପାଙ୍ଗିପୁଟ ଗ୍ରାମରେ ଶହେରୁ ଊର୍ଧ୍ବ ପରିବାର ବସବାସ କରୁଛନ୍ତି। କିନ୍ତୁ ୬ମାସ ତଳେ ଏହି ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନସଫର୍ମର ପୋଡିଯାଇଥିଲା। ଏଥିଯୋଗୁଁ ଗ୍ରାମବାସୀ ଅନ୍ଧାରରେ କାଳାତିପାତ କରୁଥିଲେ ହେଁ ଟ୍ରାନସଫର୍ମର ମରାମତି ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଉନି। ବିଦ୍ୟୁତ ନଥିବା କାରଣରୁ ଲୋକେ ରାତିରେ ଡିବିରି ଜାଳି ରହିବାକୁ ବାଧ୍ୟ ହେଉଛନ୍ତି। ଶୀଘ୍ର ଟ୍ରାନସଫର୍ମର ମରାମତି କରି ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର