କୋରାପୁଟ: ନିଅାଁରେ ପୋଡି କିନ୍ନରଙ୍କ ମୃତ୍ୟୁ, ହସ୍ପିଟାଲର ଅବହେଳା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ରଖିଲେ ମୃତଦେହ

ଲକ୍ଷ୍ମୀପୁର: ବୁର୍ଜା ଗାଁରେ ଏକାକୀ ୭୦ ବର୍ଷ ଧରି ଜୀବନ ସହ ସଂଘର୍ଷ କରି ବଞ୍ଚି ରହିଆସୁଥିବା ସନ୍ୟାସୀ କନ୍ଦପାନ ନାମକ ଜଣେ କିନ୍ନର ରୋଷେଇ କରୁଥିବା ସମୟରେ ନିଆଁରେ ପୋଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛନ୍ତି। ନିଅାଁରେ ପୋଡ଼ିଯିବା ପରେ ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ବୁର୍ଜା ଗ୍ରାମବାସୀ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ କିନ୍ନରଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲାା ମୃତ୍ୟୁ ପରେ ଗ୍ରାମବାସୀ ବୁର୍ଜା ଗାଁକୁ ମୃତଦେହ ନେବା ସକାସେ କିଛି ଗାଡିର ବ୍ୟବସ୍ଥା କରିବା ଲାଗି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ।

ଡାକ୍ତରଖାନାର ମୃତଦେହ ନେବା ସକାଶେ ସେପରି କିଛି ବ୍ୟବସ୍ଥା ନଥିବା ବେଳେ ଆମୁଲାନ୍‌ସ ମଧ୍ୟ ପ୍ରଦାନ କରାନଯିବା ପ୍ରତିବାଦ କରି ଡାକ୍ତର ଖାନାରୁ ମୃତଦେହକୁ ଉଠାଇ ଆଣି ଲକ୍ଷ୍ମୀପୁର ବଜାର ମଝିରେ ରଖି କିଛି ସମୟ ପାଇଁ ଡାକ୍ତରଖାନା ବିରୋଧରେ ଗର୍ଜିଥିଲୋ ରାୟଗଡା କୋରାପୁଟ ରାସ୍ତାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ମୃତଦେହ ରଖି ପ୍ରତିବାଦ କରାଯାଉଥିବା କାରଣରୁ କିଛି ସମୟ ପାଇଁ ଗାଡି ମୋଟର ଅଟକି ରହିଥିଲାା ଖବର ପାଇ ଆଇଆଇସି ଦେବକୁମାର ଗମାଙ୍ଗ ଓ ପୋଲିସ ଟିମ୍‌ ଉପସ୍ଥିତ ହୋଇ ଗ୍ରାମବାସୀଙ୍କୁ ବୁଝା ସୁଝା କରିଥିଲେ।

ସମ୍ବନ୍ଧିତ ଖବର