ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ବନମାଳିପୁଟ ଗ୍ରାମ ପଞ୍ଚାୟତର ଗାଦିଆଝୋଲା ଗ୍ରାମ ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ୧୦ଚକିଆ ଟ୍ରକ ଓଲଟି ପଡିଥିଲା। ତେବେ ଡ୍ରାଇଭର, ହେଲପର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ଆଜି ଦିନ ୧୨ଟା ସମୟରେ ଏକ ୧୦ଚକିଆ ଟ୍ରକ(ଓଡି ୧୦କେ ୨୦୪୫) ପାଲିବାରୁ ନନ୍ଦପୁର ଅଭିମୁଖେ ଆସୁଥିଲା। ତେବେ ଗାଦିଆଝୋଲା ଗ୍ରାମ ନିକଟ ବୁଲାଣିରେ ହଠାତ୍ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ନନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଆଇଆଇସି ଚନ୍ଦ୍ରଶେଖର ଶବର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର