ଟିକିରି: ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ରହୁଥିବା ଅଧିକାଂଶ ଲୋକେ ସରକାରଙ୍କ ମାଗଣା ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଯାହାର ଗୋଟିଏ ଉଦାହରଣ ହେଲେ କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ଅନ୍ତର୍ଗତ କାରାଖୋଲା ଗ୍ରାମର ସଇନ ମାଝୀଙ୍କ ପତ୍ନୀ କନେଇ ମାଝୀ। ପ୍ରାୟ ଦୁଇବର୍ଷ ହେଲା ପେଟଫୁଲା ରୋଗରେ ସେ ପୀଡ଼ିତ ଅଛନ୍ତି। ଛଅମାସ ତଳେ ସଇନ ମାଝୀ କୌଣସି ପ୍ରକାରେ ଧାର କରଜ କରି କନେଇଙ୍କୁ ରାୟଗଡ଼ା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର କନେଇ ମାଝୀଙ୍କ ପେଟରେ ପାଣି ଜମିଥିବା କହି ଔଷଧ ଦେଇଥିଲେ। ଔଷଧ ଖାଇବା ପରେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ। ତେବେ ପରବର୍ତୀ ସମୟରେ ପୁଣି ଅସୁସ୍ଥ ହେଲେ। ଏଭଳି ସ୍ଥିତିରେ ଦିନ ମଜୁରିଆ ସଇନ ଅର୍ଥ ଅଭାବରୁ ପତ୍ନୀ କନେଇଙ୍କୁ ଡାକ୍ତରଖାନା ନେଇ ପାରୁନଥିବା କଥା କୋହଭରା କଣ୍ଠରେ କହିଛନ୍ତି ।
ସେହିପରି ଆଉଜଣେ ପୀଡ଼ିତ ହେଲେ ଟିକିରି ସ୍ଥିତ କରାକୁପଲ୍ଲୀ ସାହିର ଗଜି ମାଝୀ। ପେଟରେ ଟ୍ୟୁମର ହୋଇଥିବାରୁ ଖିଆପିଆ କରି ନପାରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଟଙ୍କା ଅଭାବରୁ ଗଜି ମାଝୀ ନିଜର ଚିକିତ୍ସା କରାଇପାରୁ ନଥିବା କହିଛନ୍ତି। ଟଙ୍କା ଅଭାବ ଯୋଗୁଁ ବାଧ୍ୟ ହୋଇ ଅନ୍ଧ ବିଶ୍ବାସର ସାହାର ନେଇଛନ୍ତି। ଗୁଣିଆ କଥାରେ ଝଡ଼ାଫୁଙ୍କା କରାଉଥିବା କହିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନାରେ ଅବ୍ୟବସ୍ଥା ଥିବାରୁ ଏହି ଦୁଇ ଗରିବ ପୀଡ଼ିତ ଡାକ୍ତରଖାନାରେ ଚିକିତ୍ସା କରିପାରୁ ନାହଁାନ୍ତି। ତେଣୁ କନେଇ ମାଝୀ ଓ ଗଜି ମାଝୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ଗ୍ରାମାବସୀ ଦାବି କରିଛନ୍ତି।
ଅର୍ଥ ଅଭାବରୁ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଦୁଇ ପୀଡ଼ିତ
/sambad/media/post_attachments/wp-content/uploads/2019/03/jpr30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)