ବିଧବାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୁଇ ଗିରଫ

କାଲିମେଳ: ଟିଗଲ ଗ୍ରାମର ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଆଜି ଏମଭି-୭୯ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏମଭି-୯୬ ଗ୍ରାମର ବିଧାନ ସୂତାର ଓ ଉମାଶଙ୍କର ବାରୋଇ। ସେମାନଙ୍କ ବିରୁଦ୍ଧରେ ଏମଭି-୭୯ ଥାନା କେସ ନ˚-୭/୧୯ରେ ଦଫା-୩୪୧,୩୨୩,୩୫୪,୫୦୬ ଓ ୩୪ ଆଇପିସି ଧାରାରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ ଗତ ରବିବାର ଦିନ ଜଣେ ଆଦିବାସୀ ବିଧବା ମହିଳା କାଲିମେଳାରେ ଥିବା ନିଜ ପୁଅ ପାଖକୁ ରାସ୍ତାରେ ଚାଲି ଚାଲି ଯାଉଥିଲେ। ସେହି ସମୟରେ ଗିରଫ ଦୁଇ ଯୁବକ ତାଙ୍କୁ ବାଇକରେ କାଲିମେଳା ନେଇଯିବେ କହି ପିଣ୍ତିକୋଣ୍ତା ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ସେଠାରୁ ପୀଡିତା କୌଶଳକ୍ରମେ ଖସି ଆସିଥିଲେ। ପରେ ଘଟଣା ସଂପର୍କରେ ଗତକାଲି ଏମଭି-୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର