ଛୁରା ମାଡ଼ରେ ୨ ଗୁରୁତର

ଜୟପୁର : ଜୟପୁର ସହରର ନୂଆ ସାହି ତୃତୀୟ ଲାଇନରେ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଦୁହେଁ ସାଙ୍ଗ ଛୁରୀରେ ଆକ୍ରମଣ ପ୍ରତିଆକ୍ରମଣ କରିବାରୁ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ ଗଭୀର ଆଘାତ ହୋଇଥିବାରୁ ଜିଲ୍ଲା ମେଡିକାଲରେ ଭର୍ତି ହୋଇଛନ୍ତି। ସେମାନେ ହେଲେ ନୂଆ ସାହି ତୃତୀୟ ଲାଇନର ରାଜା ପାଇକରାୟ(୩୦) ଓ ଖ୍ରୀଷ୍ଟିଆନ ସାହିର ରୋନି ଜନସନ୍। ଏହାର କାରଣ ସଂପର୍କରେ ସଠିକ୍ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର