କୋରାପୁଟ: କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଶିକ୍ଷକ ନିଳମ୍ବିତ

ଲକ୍ଷ୍ମୀପୁର: କାର୍ଯ୍ୟରେ ଅବହେଳା କାରଣରୁ ଲକ୍ଷ୍ମୀପୁର ବ୍ଲକର ଜଣେ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଜଣେ ଶିକ୍ଷକଙ୍କୁ ବୁଧବାର ନିଳମ୍ବିତ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ବିକାଶ କୁମାର ସରକାର ସୂଚନା ପ୍ରଦାନ କରିଛନ୍ତା ନିଳମ୍ବିତ ହୋଇଥିବା ପ୍ରଧାନ ଶିକ୍ଷକ ଜଣକ ତୁନପାର୍‌ ଆଶ୍ରମ ସ୍କୁଲର ଶରତ କୁମାର ଖୋସ୍ଲା ଓ ବୁର୍ଜା ଆଶ୍ରମ ବିଦ୍ୟାଳୟର ସହକାରୀ ଗଣିତ ଶିକ୍ଷକ ଏସ୍‌ ଧର୍ମରାଜୁା

ବିଇଓଙ୍କ ସୂଚନା ମୁତାବକ ପ୍ରଧାନଶିକ୍ଷକ ଜଣକ ତୁନପାର ଆଶ୍ରମ ସ୍କୁଲରେ ନିମ୍ନ ମାନର ଖାଦ୍ୟ ପରିବେଷଣ ପ୍ରଦାନ କରିବା, ଛାତ୍ରଛାତ୍ରୀଙ୍କ ସକାଶେ ଆସୁଥିବା କସମେଟିକ୍‌ ନଦିଆଯିବା ପିଲାମାନଙ୍କର ଯତ୍ନ ଭଲଭାବେ ନନେବା, ଶୌଚାଳୟ ଗୁଡିକର ଝରକା କବାଟ ଇତ୍ୟାଦି ଗୁଡିକ ବାରମ୍ବାର କହିବା ସତ୍ୱେ ମରାମତି ନକରିବା ଭଳି ଅଭିଯୋଗ ଛାତ୍ରଛାତ୍ରୀ ମାନେ ବାରମ୍ବାର ଅଭିଯୋଗ କରିବା ଓ ମଙ୍ଗଳବାର ଛାତ୍ରଛାତ୍ରୀ ରାଜରାସ୍ତାରେ ଆସି ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବା କାରଣରୁ ପ୍ରଧାନଶିକ୍ଷକଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ବୁର୍ଜା ହାଇସ୍କୁଲର ଗଣିତ ଶିକ୍ଷକ ନାମରେ ମଧ୍ୟ ଅଧିକ ଅଭିଯୋଗ ଆସିବା ସହ ଛାତ୍ରମାନେ ଗତକିଛି ଦିନ ତଳେ ଦୁଇଓଳି ଓପାସ ରହି ବଦଳି ପାଇଁ ଦାବି କରିଥିଲେ, କିନ୍ତୁ ସମସ୍ତ ପ୍ରକାର ତଦନ୍ତ ପରେ ଶିକ୍ଷକଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିବା କାରଣରୁ ଜିଲ୍ଲାପାଳଙ୍କ ଦ୍ୱାରା ନିଳମ୍ବିତ କରାଯାଇଥିବା ପ୍ରଧାନଶିକ୍ଷକ ବାସୁଦେବ ନାୟକ ପ୍ରକାଶ କରିଛନ୍ତିା

ବ୍ଲକରେ ଅନେକ ସ୍କୁଲରେ ଏପରି ଅବ୍ୟବସ୍ଥା ଲାଗିରହିଥିବା ବେଳେ ବିଇଓ କିମ୍ବା ଏବିଇଓଙ୍କ ନିତିଦିନ ତଦାରଖ ହେଉନଥିବା କାରଣରୁ ଛାତ୍ରଛାତ୍ରୀ ମାନେ ହଷ୍ଟେଲ ମାନଙ୍କରେ ଏପରି ଅବ୍ୟବସ୍ଥା ମଧ୍ୟରେ ରହୁଥିବା ବେଳେ ଆନୁସଙ୍ଗିକ ବ୍ୟବସ୍ଥା ସାଙ୍ଗକୁ ଭିତ୍ତିଭୂମିର ଅଭାବ ଯୋଗୁଁ ଏପରି ହେଉଥିବା ସାଧାରଣରେ ମତ୍ତପାଇଛିା

ସମ୍ବନ୍ଧିତ ଖବର