କୋରାପୁଟ: ଡକାୟତି ଯୋଜନା ବିଫଳ, ୨ ଶିକ୍ଷିତ ଯୁବକ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଡକାୟତି ଉଦ୍ୟମ କରୁଥିବା ଦୁଇଜଣ ଶିକ୍ଷିତ ଯୁବକକୁ ଗିରଫ କରିକୋର୍ଟ ଚାଲାଣ କରିଛିା ପୁଲିସ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ରାତିରେ ରେଲୱେ କଲୋନିରେ ଜୟପୁର ନୂଆସାହି ଚତୁର୍ଥ ଲେନ୍‌ ନିବାସୀ ଅଭିଳାସ ପଣ୍ଡା ନାମକ ବିଟେକ୍‌ ଛାତ୍ର ଓ ବିହାର ରାଜ୍ୟର ରୋଶନ କୁମାର ଚୌଧୁରି ନାମକ ଯୁକ୍ତ୨ ପଢିଥିବା ଛାତ୍ର ମିଶି ଡକାୟତି କରିବା ଉଦ୍ୟମ କରୁଥିବା ବେଳେ ସେମାନେ ଲକ୍ଷ୍ମୀପୁର ପୁଲିସ ହାବୁଡରେ ପଡିଯାଇଥିଲେ ।

ଉଭୟଙ୍କୁ ସନ୍ଦେହରେ ଆଣି ପଚରା ଉଚୁରା କରାଯିବା ପରେ ସେମାନେ ଯେଉଁ ସବୁ ଯୋଜନା କରିଥିଲେ ସେସବୁ ଘଟଣାକୁ ପୁଲିସ ଆଗରେ ପ୍ରକାଶ କରିବାସହ ଡକାୟତି କରିବା ଉଦ୍ୟମ କହିଥିବା ଆଇଆଇସି ଦେବକୁମାର ଗମାଙ୍ଗ ପ୍ରକାଶ କରିଛନ୍ତି। ଏପରିକି ସେମାନେ ଟ୍ରେନ୍‌ ରେ ହିଁ ଆସି ଲକ୍ଷ୍ମୀପୁର ଷ୍ଟେଷନ୍‌ରେ ଓଲ୍ଲାଇ ଥିଲେ ଓ ଯୋଜନା କରିଥିବା ବେଳେ ପୁଲିସ ହାତରେ ଧରାପଡିଥିଲୋ

ସମ୍ବନ୍ଧିତ ଖବର