ଜୟପୁର ସବ୍‌-ଜେଲ୍‌ରେ ବିଚାରାଧୀନ କଏଦୀ ମୃତ

ଜୟପୁର: ସୋମବାର ଦିନ ଜୟପୁର ସବ୍‌ ଜେଲ୍‌ର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି।

ମୃତ କଏଦୀ ହେଉଛନ୍ତି ୨୨ ବର୍ଷିୟ ସି. ରାମା ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ। ଗଞ୍ଜାଇ କାରବାରରେ ଧରାପଡ଼ି ସେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲା।

ଗତକାଲି ସେ ବାନ୍ତି କରିବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ସକାଳେ ତା’ର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର