ଲକ୍ଷ୍ମୀପୁର: ଅଜଣା ରୋଗରେ ୪ ଦିନରେ ୩ ମୃତ, ୪ ଆକ୍ରାନ୍ତକୁ ହସ୍ପିଟାଲରେ ଭର୍ତ୍ତି 

ଲକ୍ଷ୍ମୀପୁର(କୋରାପୁଟ): ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମପଞ୍ଚାୟତ ସଦରମହକୁମା ଗାଁରେ ଅଜଣା ରୋଗରେ ଗତ ଚାରି ଦିନ ମଧ୍ୟରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଆକ୍ରାନ୍ତକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଛି। ଗୁରୁବାର କାଡିଆ ମାଣ୍ଡିଙ୍ଗା (୬୬), ଶୁକ୍ରବାର ବିଭା ମାଣ୍ଡିଙ୍ଗା (୪୩) ଓ ରବିବାର ମୋଇ ମାଣ୍ଡିଙ୍ଗା (୫୭)ଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଉକ୍ତ ଗାଁର ଲିଉ ମିଣିଆକା, ପବିତ୍ର କୂଳଦିପ୍‌, ଫୁଲନ୍ତି ମିଣିଆକା ଓ ଲାକମୋ ମିଣିଆକା ଲକ୍ଷ୍ମୀପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଗତ ଚାରି ଦିନ ମଧ୍ୟରେ ତିନି ଜଣ ଲୋକଙ୍କ ସମେତ ଗାଁର ୫ଟି ଗୃହପାଳିତ ପଶୁ ଗାଇ ମଧ୍ୟ ଅଜଣା ରୋଗରେ ମୃତ୍ୟୁ ହୋଇଛନ୍ତି। ଗାଁର କିଛି ଲୋକ ଉକ୍ତ ଗୋମାଂସ ମଧ୍ୟ ସେବନ କରିଥିବା ଜଣାପଡିଛିା କିନ୍ତୁ ମୃତକ ମାନଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି କି ମୃତକ ମାନେ ଗୋମାଂସ ସେବନ କରିନଥିବା ଓ ସେମାନଙ୍କୁ ଦିନେ ଦିଦିନ ଦେହ ଖରାପ ହୋଇଥିଲା ଓ ପରେ ମୃତ ହୋଇଥିବା ପ୍ରକାଶ କରିଛନ୍ତି। ମୃତକମାନେ କେଉଁ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ସେ ସମ୍ପର୍କରେ କିଛି ଜଣାପଡିନଥିବା ବେଳେ ବର୍ତମାନ ଚିକିତ୍ସା ହେଉଥିବା ଚାରିଜଣଙ୍କ ମଧ୍ୟରୁ ଜଣଙ୍କୁ ଆନ୍ଥରାକ୍ସ ହୋଇଥିବା ଡାକ୍ତର ସନ୍ଦେହ କରୁଥିବା ବେଳେ ଅନ୍ୟ ତିନିଜଣଙ୍କୁ କିପ୍ରକାର ରୋଗ ହୋଇଛି ଜଣା ପଡୁନଥିବା  ଚିକିତ୍ସା କରୁଥିବା ଡାକ୍ତର ଆଶିସ୍‌ ନିଳମାଧବ ପ୍ରକାଶ କରିଛନ୍ତି।

ବର୍ତମାନ ଚିକିତ୍ସା ହେଉଥିବା ରୋଗୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ମଧ୍ୟ ଡାକ୍ତର ପ୍ରକାଶ କରିଛନ୍ତି। ଏନେଇ ଆଜି ଖବର ଜଣାପଡିବା ପରେ ଲକ୍ଷ୍ମୀପୁରର ଡାକ୍ତର ଖାନାର ଏମଏଚୟୁ ଟିମ୍‌ ସହ ପ୍ରାଣୀଧନ ଚିକିତ୍ସାଳୟ ଏକ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଗାଁର ଅଧିକାଂଶ ଲୋକଙ୍କ ବିଭିନ୍ନ ପ୍ରକାର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ପ୍ରାଣୀଧନ ବିଭାଗ ତରଫରୁ ଗୃହପାଳିତ ପଶୁ ମାନଙ୍କୁ ଭେକସିନ୍‌ କରାଯିବା ସହ ମୃତ ଗାଇ କଟାଯାଇଥିବା ସ୍ଥାନରୁ ରକ୍ତ ଓ ମାଂସ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି।

ସମ୍ବନ୍ଧିତ ଖବର