କୋରାପୁଟ: ଘର ପୋଡି ଯାଇଥିବା ମହିଳାଙ୍କୁ ପୁଲିସର ସହାୟତା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ରେଲିସାହିର ଧବେନ୍‌ ପିଲେଣ୍ଟିଙ୍କ ଘରେ ଦୀପରୁ ନିଆଁ ଲାଗି ଘରର ସମସ୍ତ ଜିନିଷ-ପତ୍ର ପୋଡି ଯାଇଥିବା ବେଳେ ଲକ୍ଷ୍ମୀପୁର ପୁଲିସ ତରଫରୁ ସାହାଯ୍ୟ ପ୍ରଦାନ କରାଯାଇଛିା ଆଇଆଇସି ଦେବ କୁମାର ଗମାଙ୍ଗ, ଏସଆଇ ହେମନ୍ତ କୁମାର ମାଝୀ, ଏଏସଆଇ ଛବିନ୍ଦ୍ର ନାୟକ, ପାଣ୍ଡବ ସେଠୀ, ଶୁସାନ୍ତ ପଟ୍ଟନାୟକ ପ୍ରମୁଖ ରେଲିସାହିରେ ଉପସ୍ଥିତ ରହି ବିଧବା ମହିଳାଙ୍କୁ ଲୁଗାପଟା ସହ କମ୍ବଳ ସାଢୀ ଚାଉଳ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଛନ୍ତିିା ବିଧବା ମହିଳାର ଦୁଖ ସହ୍ୟ କରିନପାରି ଥାନା ହାବିଲଦାର ଏମଡି ବେହେରା ମଧ୍ୟ ୧୫ ଶହ ଟଙ୍କା ପ୍ରଦାନ କରିଛନ୍ତିା ସେହିପରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ବିଡିଓ ବେଣୁଧର ଶବର, ପିଇଓ ଶ୍ରୀନିବାସ ପଟ୍ଟନାୟକ, ଯୋଗାଣ ଅଧିକାରୀ ପ୍ରଭାସ ରଞ୍ଜନ ଶତପଥୀ ପ୍ରମୁଖ ଉପସ୍ଥିତ ହୋଇ ଚାଉଳ ଡାଲି ଭଲି ସାମଗ୍ରୀ ପ୍ରଦାନ କରିଛନ୍ତିା

ସମ୍ବନ୍ଧିତ ଖବର