ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଗଳାକାଟି ହତ୍ୟା, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅନ୍ତର୍ଗତ ଡମପଞ୍ଚଡା ଗାଁରେ ବୁଧବାର ସଂଧ୍ୟାରେ ରବିନା ଖୋସ୍ଲା ନାମ୍ନୀ ଜଣେ ଯୁବତୀଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛିା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଲକ୍ଷ୍ମୀପୁର ପୁଲିସ ହତ୍ୟକାଣ୍ଡର ଜଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଗତକାଲି ଗାଁରେ ଏକ ଦଶାହ ଭୋଜି ରହିଥିଲା। ଭୋଜି ପରେ ରବିନା ଗାଁ ନିକଟରେ ଥିବା ପାହାଡ ଅଚଂଳରେ ଶୌଚ ହେବା ନିମନ୍ତେ ଯାଇଥିଲେ। ସଂଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। କିନ୍ତୁ ବୁଧବାର ରାତି ସୁଦ୍ଧା ପତ୍ତା ପାଇ ନ ଥିଲୋ। ଗୁରୁବାର ସକାଳୁ ତାଙ୍କ ଭାଇ ବିକାଶ ଖୋସ୍ଲାଙ୍କ କିଛି ସାଙ୍ଗ ପୁଣି ପାହାଡ ଉପରେ ଚଢି  ଖୋଜିବା ପରେ ଏକ ବାଲଟି ପଡିଥିବା ଦେଖିବାକୁ ପାଇଥିଲେ ଓ ନିକଟରେ ଯୁବତୀଙ୍କ ଶବ ପଡିଥିବା ଦେଖିବାକୁ ପାଇଥିଲୋ ଏ ନେଇ କାକିରିଗୁମା ଥାନାରେ ମୃତ ଯୁବତୀଙ୍କ ବାପା ମଧୂସୁଦନ ଖୋସ୍ଲା ଲିଖିତ ଅଭିଯୋଗ କରିବା ପରେ ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନି କୁମାର ନାୟକ, ଲକ୍ଷ୍ମୀପୁର ଆଇଆଇସି ଗୌରହରି ସାହୁ  ଓ କାକିରିଗୁମା ଆଇଆଇସି ଧିରେନ ପଟ୍ଟନାୟକଙ୍କ ସମେତ ପୁଲିସ ଟିମ୍‍ ଘଟଣାସ୍ଥଳରେ ପହଞ୍ଚିଥିଲୋ ପାରିପାର୍ଶ୍ୱିକ ସ୍ଥିତିକୁ  ଦେଖି ହତ୍ୟା ହୋଇଥିବା ଜାଣିବା ପରେ ସଙ୍ଗେ ସଙ୍ଗେ କୋରାପୁଟରୁ ସାଇଣ୍ଟିଫିକ୍‍ ଟିମ୍‍ ସହ ସନ୍ଧାନୀ କୁକୁରକୁ ଅଣାଯାଇ ତଦନ୍ତ କରାଯାଇଥିଲାା ଯୁବତୀଙ୍କ ଗଳାକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖିବାକୁ ମିଳିଛି।

୨୧ ବର୍ଷିଆ ରବିନା ଗତ ତିନି ବର୍ଷ ତଳେ ତାଙ୍କ ଗାଁର ମାମୁଁ ପୁଅଙ୍କୁ ବାହା ହୋଇଥିଲେ। ମାତ୍ର ପାରିବାରିକ ଅଶାନ୍ତି ଯୋଗୁଁ ସେ ବାପ ଘରେ ହିଁ ରହୁଥିବା ବେଳେ ଗତାକାଲି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛିା ପରିବାର ଲୋକଙ୍କ ସମେତ ଗ୍ରାମବାସୀ ହତ୍ୟାକାରୀଙ୍କୁ ତୁରନ୍ତ ଚିହ୍ନଟ କରିବା ସକାଶେ ଦାବି କରିଛନ୍ତିା କିନ୍ତୁ ଦୁଷ୍କର୍ମ କରାଯାଇଛି ନାଁ ନାହିଁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ  ଜଣାପଡିବ ବୋଲି ଲକ୍ଷ୍ମୀପୁର ଏସଡିପିଓ ପ୍ରକାଶ କରିଛନ୍ତିା

ସମ୍ବନ୍ଧିତ ଖବର