ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଯୁବକ ଗିରଫ

କୋରାପୁଟ: କୋରାପୁଟ ସହରର ଜଣେ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ ହେଲେ ଟିକିରା ସାହିର ସଂଜୀବ କୁଲଦୀପ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋରାପୁଟର ଏକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପଢୁଥିବା ଜଣେ ଛାତ୍ରୀଙ୍କୁ ସଂଜୀବ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣଙ୍କ ମନା କରିବା ସତ୍ତ୍ୱେ ସେ ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ। ତଥାପି ଛାତ୍ରୀ ଜଣଙ୍କ ରାଜି ନ ହେବାରୁ ତାଙ୍କୁ ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏହା ଅସହ୍ୟ ହେବାରୁ ଛାତ୍ରୀଙ୍କ ପରିବାର ପକ୍ଷରୁ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପୁଲିସ ୧୮୨/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ମାମଲାରେ ଅଭିଯୁକ୍ତ ସଂଜୀବକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର