ନାବାଳିକା ଦୁଷ୍କର୍ମ ମାମଲାରେ ଯୁବକ ଗିରଫ

କୋରାପୁଟ: ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ କୋରାପୁଟ ସଦର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଚମ୍ପାଗୁଡା ଗ୍ରାମର ଲଇଛନ ସୁନା (୨୨ବର୍ଷ)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଦର ଥାନା ଅଂଚଳରେ ରହୁଥିବା ଜଣେ ସ୍କୁଲ ଛାତ୍ରୀଙ୍କୁ ଲଇଛନ ପ୍ରେମ ଜାଲରେ ପକାଇ ତାଙ୍କ ସହ ବଳ ପୂର୍ବକ ଶାରୀରିକ ସଂପର୍କ ରଖିଥିଲେ। ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହାପରେ ଲଇଛନ ତାଙ୍କର ଗର୍ଭପାତ କରାଇଥିଲେ। ଏମିତି ୩ଥର ସେ ନାବାଳିକାଙ୍କର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଶାରୀରିକ ସଂପର୍କ ରଖିବା ପରେ ଏବେ ଛାତ୍ରୀ ଜଣଙ୍କ ବିବାହ କଥା ଉଠାଇବାରୁ ଲଇଛନ ବାହା ହେବାକୁ ମନା କରି ଦେଇଥିଲେ। ଫଳରେ ବାଧ୍ୟ ହୋଇ ଛାତ୍ରୀ ଜଣଙ୍କ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କର ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ନଟବର ନନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର