କୋରାପୁଟ: ରାଜ୍ୟସ୍ତରୀୟ ୟୁଥ୍‌ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିରରେ ଯୋଗଦେଲେ ୨୨୩ ଛାତ୍ରଛାତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଦକ୍ଷିଣାଞ୍ଚଳ ରାଜ୍ୟ ସ୍ତରୀୟ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛିା ଏହି ଶିବିରରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ କୁମାର ଶତପଥୀ ରେଡକ୍ରସ ପତ୍ତାକା ଉତ୍ତୋଳନ କରି ସିବିରାର୍ଥୀମାନଙ୍କୁ ଶପଥ ପାଠ କରାଇଥିଲେ। ଶିବିରରେ ଦକ୍ଷିଣାଞ୍ଚଳର କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୂଆପଡା ଓ କୋରାପୁଟ ଜିଲ୍ଲାରେ ଥିବା ବିଭିନ୍ନ ମହାବିଦ୍ୟାଳୟର ସ୍ୱେଚ୍ଚାସେବି ଓ ପରାମର୍ଶ ଦାତ୍ତା ଉପସ୍ଥିତ ଥିଲେ। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ଶତପଥୀ ସଭାପତିତ୍ୱ କରିଥିଲୋ

ରେଡକ୍ରସର ପ୍ରତିଷ୍ଠାତା ହେନେରି ଡିନାଣ୍ଟଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦିଆଯିବା ପରେ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ରେଡକ୍ରସ କାଉନସିଲର ଡ.ପ୍ରକାଶ କୁମାର ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲୋ ମୁଖ୍ୟଅତିଥି ଭାବେ କୋରାପୁଟ ସାଂସଦ ଝିନ ହିକକା ଓ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା, ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରମୋଦ ପଟ୍ଟନାୟକ, କୋରାପୁଟର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଡାକ୍ତର ରତିକାନ୍ତ ଖଟୁଆ, ରେଡକ୍ରସ ଜିଲ୍ଲା ସଂଯୋଜକ ଡ.ନରେଶ ଚନ୍ଦ୍ର ସାହୁ, ଜିଲ୍ଲା ଆବାହକ ପ୍ରକାଶ ପ୍ରଧାନ ଉପସ୍ଥିତ ରହିଥିଲୋ

ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ପ୍ରବନ୍ଧ ପ୍ରତିଯୋଗିତା ସହ ମନୋରଞ୍ଜନ ଓ ସାସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୫ଟି ଜିଲାର ୫୨ ଟି ମହାବିଦ୍ୟାଳୟର ପ୍ରାୟ ୨୨୩ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିବା ବେଳେ ଏମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନର ସୁଯୋଗ ସୃଷ୍ଠି ହୋଇଛିା ରେଡକ୍ରସର ଇତିହାସ ଓ ନିତିନିୟମକୁ ଆଗାମୀ ଦିନରେ ଏହି ତାଲିମ ନେଇ ଛାତ୍ର ଛାତ୍ରୀ ମାନେ ନିଜ ମହାବିଦ୍ୟାଳୟ ଅନ୍ୟ ବିଦ୍ୟାର୍ଥୀଙ୍କୁ ସୂଚନା ପ୍ରଦାନ କରିବା ହିଁ ଏହି ଶିବିରର ମୁଖ୍ୟ ଲକ୍ଷ ବୋଲି ଶ୍ରୀ ସେନାପତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର