ଟ୍ରାକ୍ଟର ଓଲଟି ନାବାଳକ ଶ୍ରମିକର ମୃତ୍ୟୁ

ଭଦ୍ରକ: ଭଦ୍ରକ ଚାନ୍ଦବାଲିସ୍ଥିତ ଓରାସାଇ ପଞ୍ଚାୟତର ନେଡୁଆଳି ଗ୍ରାମରେ ଟ୍ରାକ୍ଟର ଓଲଟି ନାବାଳକ ଶ୍ରମିକର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଚରଦିଆସ୍ଥିତ ନାଥ ମହାଲିକ୍‌ଙ୍କ ପୁଅ ରମାକାନ୍ତ ମହାଲିକ୍‌ ବୟସ ୧୭ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚାନ୍ଦବାଲିରେ ଓରାସାଇ ପଞ୍ଚାୟତର ନେଡୁଆଳି ଗ୍ରାମରେ ଏକ ଟ୍ରାକ୍ଟର ଯୋଗେ ଚୁଙ୍ଗୁଡି ପୋଖରୀ ଖୋଳା ଚାଲିଥିଲା। ଏହି ଟ୍ରାକ୍ଟରରେ ରମାକାନ୍ତ ବସିଥିଲା। ଟ୍ରାକ୍ଟର ଚାଳକ ହଠାତ୍‌ ଟ୍ରାକ୍ଟରୁ ଓହ୍ଲାଇ ପଡ଼ିଥିଲା ଫଳରେ ଟ୍ରାକ୍ଟଟି ରମାକାନ୍ତ ଉପରେ ଓଲଟି ପଡ଼ିଥିଲା । ଟ୍ରାକ୍ଟର ଚାଳକ ରମାକାନ୍ତଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ଟ୍ରାକ୍ଟର ଚାଳକ ରମାକାନ୍ତକୁ ଆଣି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର