ଯାଜପୁର: ବେଆଇନ ପଥର ବୋଝେଇ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜପାଟି ପାହାଡ଼ରେ ବେଆଇନ ପଥର ଖଣିିରେ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକର ନାମ ଦାଶରଥୀ ଘଡ଼େଇ(୩୨ ବର୍ଷ) ଓ ତାଙ୍କ ଘର ବାରବାଟୀ ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୁଲା ଗାଁରେ ବୋଲିି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯୟୀ, ଶ୍ରୀ ଘଡ଼େଇ ପଥର ଖଣିିରେ କାମ କରୁଥିବାବେଳେ ସେହି ବାଟେ ପଥର ନେଇ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ତାଙ୍କ ଉପରେ ଓଲଟି ପଡ଼ିଥିଲା। ଫଳରେ ପଥର ତଳେ ଚାପି ହୋଇ ଶ୍ରୀ ଘଡ଼େଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାର ହାଇଯାଇଛି।

ସମ୍ବନ୍ଧିତ ଖବର