ବସ୍‌ରେ କଟକରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟଙ୍କ ମାଡରେ କଣ୍ଡକ୍ଟର ଗୁରୁତର

ଭୁବନେଶ୍ୱର: ରବିବାର ଭୁବନେଶ୍ୱରରୁ ଉଦଳା ଯାଉଥିବା ଏକ ଘରୋଇ ବସ୍‌ରେ ଯୁବତୀଙ୍କୁ ଅସଦାରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଯୁବତୀଙ୍କ ସମ୍ପର୍କୀୟ ବସ୍‌ ଅଟକାଇ କଣ୍ଡକ୍ଟରକୁ ନିସ୍ତୁକ ମାଡ ମାରିଥିଲେ। ଏହି ମାଡରେ କଣ୍ଡକ୍ଟର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

ସୂଚନାଯୋଗ୍ୟ, ନୀଳଗିରି ବ୍ଲକ୍‌ ଥୋବରମପୁର ଥାନା ଅଧୀନସ୍ଥ ଶିର୍ଷା ସାହିର ଜଣେ ଛାତ୍ରୀ ରବିବାର ରାଜା ନାମକ ବସ୍‌ରେ କଟକରୁ ଘରକୁ ଫେରୁଥିଲେ। ରାସ୍ତାରେ କଣ୍ଡକ୍ଟର ପ୍ରଦୀପ ସାହୁ ବସ୍‌ ଭିଡ଼ ଥିବାର ସୁଯୋଗ ନେଇ ଯୁବତୀଙ୍କୁ ଅସଦାଚରଣ କରିଥିଲା। ଏହାପରେ ଯୁବତୀ ପାଣି କୋଇଲି ଛକରେ ଓହ୍ଲାଇ ସମ୍ପର୍କୀୟଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କାର ଜଣାଇଥିାଲ। ସମ୍ପର୍କୀୟ ବସ୍‌ ଅଟକାଇ କଣ୍ଡକ୍ଟରକୁ ନିସ୍ତୁକ ମାଡ ମାରିଥିଲେ। ଏହି ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଣ୍ଡକ୍ଟରକୁ ଲୋକଙ୍କ ମାଡରୁ ଉଦ୍ଧାର କରିବା ସହିତ ଯୁବତୀଙ୍କ ବୟାନ ରେକର୍ଡ କରିଛି।

ସମ୍ବନ୍ଧିତ ଖବର