ଗଞ୍ଜାମ : ଆସନ୍ତାକାଲି ଭଞ୍ଜନଗର ଓ ବୁଗୁଡ଼ା ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା

ଗଞ୍ଜାମ: ଦୀର୍ଘ ୭୮ ଦିନ ଧରି ଚାଲିଥିବା ଆଇନଜୀବୀ ଓ ପୁଲିସ ବିବାଦର ସମାଧାନ ଆଜି ହୋଇଥିଲେ ହେଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ବିବାଦ ଥମିବାର ନାମ ନେଉନାହିଁ। ଏହାକୁ ନେଇ ଗଞ୍ଜାମ ଜିଲ୍ଲାରେ ଆସନ୍ତା ଗୁରୁବାର ସମସ୍ତ କୋର୍ଟରେ ଓକିଲଙ୍କ କାର୍ଯ୍ୟ ବନ୍ଦ କରିବାକୁ ଭଞ୍ଜନଗର ଓ ବୁଗୁଡ଼ା ଓକିଲ ସଂଘର ନିଷ୍ପତ୍ତି ହୋଇଛି। ତେଣେ ଏ ନେଇ ପୁଲିସ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଓକିଲ ସଂଘ ଦାବି କରିଛି, ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଡ଼ୁଆରେ ପଡ଼ିଛି।

ବୁଗୁଡ଼ାରେ ଜନୈକ ଆଇନ୍‌ଜୀବୀଙ୍କୁ ଥାନା ଅଧିକାରୀଙ୍କ ମାଡ଼ ଘଟଣାକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଭଞ୍ଜନଗର ଓ ବୁଗୁଡ଼ା ଆଇନ୍‌ଜୀବୀ ସଂଘ। ଆଜି ସଂଧ୍ୟାରେ ଗଞ୍ଜାମ ଜିଲ୍ଲାର ସବୁ ଆଇନ୍‌ଜୀବୀ ସଂଘକୁ ନେଇ ବୈଠକ ବସିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଂଘ କହିଛି।

ସମ୍ବନ୍ଧିତ ଖବର