କ୍ୟାମ୍ପକୋର୍ଟକୁ ଆଇନଜୀବୀଙ୍କ ବିରୋଧ: ବିିଭିନ୍ନ ସ୍ଥାନରେ ବିକ୍ଷୋଭ, ରାସ୍ତାରୋକ ଓ କୋର୍ଟ ଫାଟକରେ ତାଲା

ବାଲେଶ୍ୱର/ଯାଜପୁର/ପୁରୀ: ଆଇନଜୀବୀଙ୍କ ଆନ୍ଦୋଳନ ହେତୁ ରାଜ୍ୟର ବିଭିନ୍ନ ଜେଲ୍‌ରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଓଡ଼ିଶା ହାଇକାର୍ଟ ଜିଲ୍ଲା ଓ ଦୌରା ଜଜ୍‌ଙ୍କୁ କ୍ୟାମ୍ପ କୋର୍ଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଆଇନଜୀବୀଙ୍କ ବିନା ସହାୟତାରେ ଜେଲ ପରିସରରେ ଜଜମାନେ ବିଚାରଧୀନ କଏଦୀଙ୍କ ମାମଲାର ବିଚାର କରି ଜାମିନ୍‌ ମଞ୍ଜୁର କରି ପାରିବେ। ଏହି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ଆଇନଜୀବୀ।

ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାମ୍ପ କୋର୍ଟ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଆଇନଜୀବୀ। ବାଲେଶ୍ୱରରେ ରାସ୍ତାରେ ଟାୟାରଜାଳି ଆଇଜୀବୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ପୁରୀରେ ବାର୍‌ ଆସୋସିଏସନ୍‌ ପକ୍ଷରୁ ରାସ୍ତା ରୋକ କରାଯାଇଛି। ଯାଜପୁରରେ ଆଇନଜୀବୀମାନେ କୋର୍ଟ ଫାଟକରେ ତାଲା ପକାଇ ଦେଇଥିଲେ। ସେମାନେ ବିଚାରପତିଙ୍କୁ ଓ ବିଚାରଧୀନ କଏଦୀଙ୍କ ରେକର୍ଡ ନେଇ ଅନ୍ୟ କର୍ମଚାରୀଙ୍କୁ କ୍ୟାମ୍ପ କୋର୍ଟକୁ ଯିବା ଲାଗି ଛାଡ଼ି ନଥିଲେ। ଏଥିସହ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଆଇନଜୀବୀମାନେ କ୍ୟାମ୍ପ କୋର୍ଟ ପରିଚାଳନାକୁ ବିରୋଧ କରିଛନ୍ତି।

ତେଣେ ଆଜି ଆନ୍ଦୋଳନରତ ହାଇକୋର୍ଟ ଓକିଲଙ୍କର ଗୋଟିଏ ଗୋଷ୍ଠୀ କାର୍ଯ୍ୟାରମ୍ଭ ଲାଗି ହାଇକୋର୍ଟ ପରିସରରେ ପ୍ରବେଶ ଲାଗି ଉଦ୍ୟମ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାର ବିରୋଧ କରିଥିଲେ। ଫଳରେ ଗଣ୍ଡଗୋଳ ହୋଇଥିଲା ଓ ହାଇକୋର୍ଟ ପରିସରରେ ପୁଲିସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର