ଅଧ୍ୟାପକଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭଞ୍ଜନଗର: ଗଂଜାମ ଜିଲ୍ଲାର ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଆତ୍ମହତ୍ୟା କରିଥିବା ଶୁକ୍ରବାର ଜଣାପଡ଼ିଛି। କଲେଜର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ପ୍ରଭାକର ମହାପାତ୍ର କୌଣସି କାରଣରୁ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଘଟଣାର କାରଣ ସ୍ପଷ୍ଟ ହୋଇପାରି ନାହିଁ।

ଶ୍ରୀ ମହାପାତ୍ରଙ୍କ ଘର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମହୁଲିଆ ହୋଇଥିବା ବେଳେ ସେ ଉୁରା ଗ୍ରାମରେ ଭଡାରେ ରହୁଥିଲେ। ଅଧ୍ୟାପକଙ୍କ ସହିତ ପତ୍ନୀ ଓ ଝିଅ ଥିଲେ। ଆଜି ପ୍ରାତଃ ସମୟରେ ରହୁଥିବା ଘରର ପଛପଟେ ଥିବା କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାରବର୍ଗ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଘଟଣା ଘଟିବାର କିଛି ଘଣ୍ଟା ମଧ୍ୟରେ ଖବର ଚାରିଆଡକୁ ବ୍ୟାପିଯାଇଥିଲା। ଭଞ୍ଜନଗର ମେଡିକାଲରେ ଶିକ୍ଷକ ଠାରୁ ଆରମ୍ଭ କରି ଅଧ୍ୟାପକ-ଅଧ୍ୟାପିକା ଛାତ୍ରଛାତ୍ରୀଙ୍କ ଭିଡ ଲାଗିଯାଇଥିଲା। ସବୁରି ଆଖିରେ ଲୁହ ଭରିଯାଇଥିବା ବେଳେ ମୁହଁରୁ ଶୁଭୁଥିଲା ମହାପାତ୍ର ସାର୍‌ ଚାଲିଗଲେ। ସହରରେ ଓ ଚାରିଆଡେ ଶୋକର ଛାୟା ଖେଳିଯାଇଥିଲା।

ସମ୍ବନ୍ଧିତ ଖବର