ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ କୁମାର ସେନାପତି ରାଜ୍ୟର ଶ୍ରେଷ୍ଠ ରେଡ୍ କ୍ରସ କାଉନସିଲର ପୁରସ୍କାର ପାଇଛନ୍ତିା ବର୍ଷ ୨୦୧୮-୧୯ ପାଇଁ ତାଙ୍କୁ ଏହି ସ୍ୱତନ୍ତ୍ର ପୁରସ୍କାର ଭାରତୀୟ ରେଡ୍ କ୍ରସ ସୋସାଇଟି ରାଜ୍ୟ ଶାଖା ତରଫରୁ ପ୍ରଦାନ କରାଯାଇଛିା ରାଜ୍ୟପାଳଙ୍କ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସେନାପତିଙ୍କୁ ଏହା ପ୍ରଦାନ କରାଯାଇଛିା
ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶ୍ରୀ ସେନାପତିଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲୋ ଏହି ସ୍ୱକନ୍ତ୍ର ପୁରସ୍କାରର ପ୍ରଦାନ ଉତ୍ସବରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିର ଦାଶ, ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ, ୟୁଥ୍ ରେଡକ୍ରସ ଅଫିସର ମେଜର କଳ୍ପନା ଦାଶ ପ୍ରମୁଖ ଉପସ୍ଥିତ ରହିଥିଲୋ ସେହିପରି ଭଞ୍ଜନଗର ମହାବିଦ୍ୟାଳୟକୁ ଶ୍ରେଷ୍ଠ ମହାବିଦ୍ୟାଳୟ ଭାବେ ସମ୍ମାନିତ କରାଯାଇଥିଲାା
କୋରାପୁଟ ଭଳି ଉପାନ୍ତ ଅଞ୍ଚଳର ମହାବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଶ୍ରୀଯୁକ୍ତ ସେନାପତି ୟୁଥ୍ ରେଡକ୍ରସ ଛାତ୍ରଛାତ୍ରୀ ମାନଙ୍କୁ ନେଇଁ ଯେଉଁ ସବୁ କାର୍ଯ୍ୟ କରିଆସିଛନ୍ତି ଓ ବିଶେଷ କରି ରକ୍ତଦାନ ଭଳି ମହତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ ଉପକୃତ କାର୍ଯ୍ୟ କରିଆସିଛନ୍ତି, ତାହାର ସୁଫଳ ମିଳିଥିବା ସେ ପ୍ରକାଶ କରିଛନ୍ତିା ରାଜ୍ୟର ଶ୍ରେଷ୍ଠ ରେଡ୍ କ୍ରସ କାଉନସିଲର ଆୱାର୍ଡ ପାଇଥିବା ଶ୍ରୀ ସେନାପତିଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ କୁମାର ଶତପଥୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଗ୍ରାମବାସୀ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ଶୁଭେଚ୍ଚା ପ୍ରଦାନ କରିଛନ୍ତିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/IMG_20190620_185651.jpg)