ବଡ଼ମାଲ : ଗୋଳାବାରୁଦ କାରଖାନା ପରିସରରୁ ମିଳିଲା କଲରାପତରିଆ ବାଘର ମୃତଦେହ

ବଡ଼ମାଲ: ବଲାଙ୍ଗୀର ବଡମାଳ ଗୋଳାବାରୁଦ କାରଖାନା ପରିସରରୁ ଆଜି ସକାଳେ ଏକ ଦୁଇ ବର୍ଷର କଲରରାପତରିଆ ବାଘର ମୃତଦେହ ଜବତ କରାଯାଇଛି। ଏହି କଲରାପତରିଆ ବାଘର ନଖ, ନିଶ ପ୍ରଭୃତି କାଟି ନିଆଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାର୍‌ହା ଶିକାର ପାଇଁ ବସାଯାଇଥିିବା ଫାସରେ ପଡ଼ି ଏହି କଲରାପତରିଆ ବାଘର ମୃତ୍ୟୁ ଘଟିଥିବା କୁହାଯାଉଛି।


ସୂଚନାଯୋଗ୍ୟ ଯେ ବେଶ୍‌ ହୃଷ୍ଟପୃଷ୍ଟ ଏକ କଲରାପତରିଆ ବାଘ ଗତ ୩୧ ତାରିଖ ଦିନ ବଡମାଳ ଗୋଳାବାରୁଦ କାରଖାନାକୁ ଲାଗି ଯାଇଥିିବା ପିଚୁ ରାସ୍ତା କଡ଼େ କଡ଼େ ବେଶ୍‌ ଦାମ୍ଭିକ ଭାବେ ଯାଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ଗୋଳାବାରୁଦ କାରଖାନାରକୁ ଲାଗି ଘଞ୍ଚ ଜଙ୍ଗଲରୁ ଏହି କଲାରାପତରିଆ ବାଘ ବାହାରି ଚାଲି ଚାଲିି କିଛି ବାଟ ରାସ୍ତା ଉପରେ ଯିବା ପରେ ପୁଣି ଜଙ୍ଗଲ ଭିତରକୁ ପଶିଯାଉଥିବା ଦେଖିବାକୁ ମିଳିଥିଲା। କାରଖାନା ନିକଟରେ ଘଞ୍ଚ ଜଙ୍ଗଲଥିବାରୁ ବାରମ୍ବାର ମୁଖ୍ୟ ରାସ୍ତା ଉପରକୁ ବାଘ ଚାଲିଆସୁଥିବା ଅଭିଯୋଗ ହେଉଛି। ସେହିପରି ଗତ ଡିସେମ୍ବର ମାସରେ ମଧ୍ୟ ଦୁଇଟି କଲରପଲରିଆ ବାଘ ମୁଖ୍ୟ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ।

ରାସ୍ତାରେ ଯାଉଥିବା ଲୋକେ ଏହାକୁ ମୋବାଇଲରେ ଭିଡ଼ିଓ ରେକର୍ଡିଂ କରିଥିଲେ। ଗୋଲାବାରୁଦ କାରଖାନା ନିକଟରେ ବାରମ୍ବାର କଲରାପତରିଆ ବାଘ ଦେଖା ଦେବା ପରେ ଏକ ବାଘର ମୃତଦେହ ମିଳିବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର