ବଡ଼ମାଲ: ରାସ୍ତା ଉପରେ ବୁଲୁଛି କଲରାପତରିଆ ବାଘ; ଲୋକେ ଆତଙ୍କିତ

ବଡ଼ମାଲ: ବଲାଙ୍ଗୀର ବଡମାଳ ଗୋଳାବାରୁଦ କାରଖାନା ନିକଟ ରାସ୍ତାରେ ବୁଲୁଛି ଏକ କଲରାପତରିଆ ବାଘ । ବେଶ୍‌ ହୃଷ୍ଟପୃଷ୍ଟ ଏହି କଲରାପତରିଆ ବାଘଟି ପିଚୁ ରାସ୍ତା କଡ଼େ କଡ଼େ ବେଶ୍‌ ଦାମ୍ଭିକ ଭାବେ ଯାଉଥିବାର ଭିଡ଼ିଓ ଏବେ ଭାଇରାଲ ହୋଇଛି। ଗୋଳାବାରୁଦ କାରଖାନାରକୁ ଲାଗି ଥିବା ଘଞ୍ଚ ଜଙ୍ଗଲରୁ ଏହି କଲାରାପତରିଆ ବାଘ ବାହାରି ଚାଲି ଚାଲିି କିଛି ବାଟ ରାସ୍ତା ଉପରେ ଯିବା ପରେ ପୁଣି ଜଙ୍ଗଲ ଭିତରକୁ ପଶିଯାଉଥିବା ଦେଖିବାକୁ ମିଳିଛି। ତେବେ ବାଘଟି ରାସ୍ତା ଉପରେ ବୁଲଥିବା ସମୟରେ କେତେ ଲୋକ ମୋବାଇଲରେ ଏହାର ଭିଡ଼ିଓ ଉତ୍ତୋଳନ କରି ସାମଜିକ ଗଣମାଧ୍ୟମରେ ଛାଡ଼ିବା ପରେ ଏହାକୁ ନେଇ କାରଖାନା ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।


ସୂଚନାଯୋଗ୍ୟ ଯେ କାରଖାନା ନିକଟରେ ଘଞ୍ଚ ଜଙ୍ଗଲ ଥିବାରୁ ବାରମ୍ବାର ମୁଖ୍ୟ ରାସ୍ତା ଉପରକୁ ବାଘ ଚାଲିଆସୁଛନ୍ତି । ଗତ ଡିସେମ୍ବର ମାସରେ ମଧ୍ୟ ଦୁଇଟି କଲରପତରିଆ ବାଘଙ୍କୁ  ମୁଖ୍ୟ ରାସ୍ତା ଉପରେ ଦେଖିବାକୁ ମିଳିଥିଲା। ରାସ୍ତାରେ ଯାଉଥିବା ଲୋକେ ଏହାକୁ ମୋବାଇଲରେ ଭିଡ଼ିଓ ରେକଡିଂ କରି ଥିଲେ। ପରେ ପୁଣି ଗତକାଲି ଏକ କଲରାପତରିଆ ବାଘ ରାସ୍ତା ଉପରକୁ ଆସିଥିବା ଦେଖାଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି।

ସମ୍ବନ୍ଧିତ ଖବର