ବଜ୍ରପାତରେ ଦୁଇ ମୃତ ଓ ତିନିଜଣ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧ ଜିଲ୍ଲାରେ ଶନିବାର ଅପରାହ୍ନରେ ବର୍ଷା ସାଙ୍ଗକୁ ବିଜୁଳି ବି ମାରିଥିଲା। ଏହି ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ପରମାନନ୍ଦ ମହାଭୋଇ ଓ ଘର ସାରୁଅ ଗ୍ରାମ ଓ ଅନ୍ୟ ଜଣେ ମୃତକଙ୍କ ନାମ ସଞ୍ଜୟ ନାୟକ ଓ ଘର କୁଞ୍ଜୁରି ଗ୍ରାମରେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ବଜ୍ରପାତରେ ଗୁରୁତର ଆହତଙ୍କ ନାମ ଦିନେଶ୍ୱ ନାୟକ, ବବିତା ନାୟକ ଓ ପୁବୁ ସାହିର ରମେଶ ସେଠି । ବଜ୍ରପାତର ଶିକାର ହୋଇଥିବା ପାଞ୍ଚଜଣଙ୍କୁ ଡାକ୍ତରଖାନାରେ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ପରମାନନ୍ଦ ମହାଭୋଇ ଓ ସଞ୍ଜୟ ନାୟକଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର