ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ୩ଲକ୍ଷରୁ ଊର୍ଧ୍ୱ ଟଙ୍କା

ବଲାଙ୍ଗିର: ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବିବିନାସ୍ଥିତ ମଦ ଭାଟିର ମ୍ୟାନେଜରଙ୍କୁ ଦୁର୍ବୁତ୍ତ ଗୁଳି ମାରି କରି ଟଙ୍କା ଲୁଟିଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ମ୍ୟାନେଜର ଓ ତାଙ୍କ ସହଯୋଗୀ ଆଜି ଦିନ ୧୨ଟା ବେଳେ ୩ଲକ୍ଷ ୬ହଜାର ଟଙ୍କା ନେଇଯାଉଥିବା ବେଳେ ଗଣପତ୍ରାପାଲି ନିକଟରେ ୩ଜଣ ଦୁର୍ବୁତ୍ତ ତାଙ୍କୁ ଠେଙ୍ଗା ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ମ୍ୟାନେଜର ନରେନ୍ଦ୍ର ଗୁପ୍ତା ଠେଙ୍ଗାକୁ ଧରିନେବାରୁ ଜଣେ ଦୁର୍ବୁତ୍ତ ନରେନ୍ଦ୍ରଙ୍କ ବାମ ଗୋଡ଼କୁ ଗୁଳିମାଡ଼ କରିଥିଲେ । ଖବର ପାଇ ଟିଟଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଁଚିଥିଲେ । ସେପଟେ ଦୁର୍ବୁତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥିବା ନରେନ୍ଦ୍ର ଓ ତାଙ୍କ ସହଯୋଗୀ ଗୌତମ ବ୍ରହ୍ମାଙ୍କୁ ସଇଁତଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଚଲାଇଛି ।

ସମ୍ବନ୍ଧିତ ଖବର