ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ପ୍ରାଥମିକ ସ୍କୁଲ ସମ୍ମୁଖରେ ମହେନ୍ଦ୍ର ଖୋସ୍ଲା ଓରଫ ଟୁନା ନାମକ ଜଣେ ୪୦ ବର୍ଷିୟ ବ୍ୟକ୍ତି ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକଙ୍କ ଦ୍ୱାରା ହତ୍ୟା ଅଭିଯୋଗ ଅଣାଯିବା ପରେ ଗ୍ରାମବାସୀ ମୃତଦେହକୁ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ମିଳିବା ପରେ ଲକ୍ଷ୍ମୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲାା ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। କାରଣ ଘଟଣାସ୍ଥଳରେ ପ୍ରବଳ ରକ୍ତ ଛିଟା ପଡିଥିବା ସହ ଏକ ବିରାଟ ବଡ ପଥର ମଧ୍ୟ ପଡିରହିଥିଲା, ଯାହାକୁ ଦେଖି ପରିବାର ଲୋକେ ହତ୍ୟା ବୋଲି କହିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲୋ
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗକୁ ଆଧାର କରି ଆଇଆଇସି ମନୋଜ କୁମାର ବେହେରା ଓ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛି ଓ ମୃତଦେହ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ଆଣିବାର ବ୍ୟବସ୍ଥା କରିବା ପୁର୍ବରୁ ମୃତକଙ୍କ ସଂର୍କୀୟଙ୍କ ଆକ୍ରୋଶର ଶିକାର ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ହତ୍ୟାକାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ମୃତଦେହ ଛଡାଯିବ ନାହିଁ କହି ରାୟଗଡା ଠାରୁ କୋରାପୁଟକୁ ସଂଯୋଗ କରୁଥିବା ଡୁମୁରିପଦର ଛକରେ ଯୁବକ ଓ କିଛି ଗ୍ରାମବାସୀ ପହଞ୍ଚି ରାସ୍ତାରୋକ କରିଛନ୍ତି।