ଝାରସୁଗୁଡ଼ା : ଦିନ ଦ୍ୱିପହରେ ଘରେ ପଶି ମା’ ପୁଅଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଅଳଙ୍କାର

ଝାରସୁଗୁଡ଼ା: ଝାରସୁଗୁଡ଼ା ସରବାହାଲ ଜାତୀୟ ରାଜପଥ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରୁ ଦୁର୍ବୃତ୍ତ ସୋମବାର ଅପରାହ୍ନରେ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ବିଜୟ ଝୁନ୍‌ଝୁନ୍‌ଓ୍ଵାଲଙ୍କ ଘରେ ଡକାୟତି ହୋଇଛି।  ୫ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଜୋରଜବରଦସ୍ତ ବିଜୟ ଝୁନ୍‌ଝୁନ୍‌ଓ୍ଵାଲଙ୍କ ଘରେ ପଶିଥିଲେ। ଘରେ ପଶି ବିଜୟଙ୍କ ପତ୍ନୀ ଲତା ଓ ତାଙ୍କ ପୁଅ ଆନନ୍ଦଙ୍କୁ ଧମକାଇବା ସହିତ ପିସ୍ତଲ ଦେଖା ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଲୁଟ ଘଟଣା ସମ୍ପର୍କରେ ଖବର ପାଇବା ପରେ  ଏସ୍‌ପି, ଏସ୍‌ଡିପିଓ ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି। ଦୁର୍ବୃତ୍ତ ସମୟ ୧୨.୪୫ରୁ ୧ଟା ସମୟ ମଧ୍ୟରେ ଲୁଟ କରିଥିବା ସୂଚନା ମିଳିଛି। ବିଜୟ ଝୁନ୍‌ଝୁନ୍‌ଓ୍ଵାଲଙ୍କ ଘରୁ ଲୁଟ ହୋଇଥିବା ଟଙ୍କାର ମୂଲ୍ୟ ୬ହଜାର ଓ ୩ଟି ସୁନା ଚେନ୍‌ ଓ ମୁଦି ଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର